ଆଗାମୀ ଦଶ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ନିର୍ବାଚନ ପୂର୍ବରୁ ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାର ସାଢେ ଚାରି କୋଟି ପରିବାରର ସେବା କରିବାକୁ ମନୋନୀତ ହୋଇଥିବାରୁ ସେ ଖୁସି ଅନୁଭବ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବାତ୍ୟା ବିଧ୍ୱସ୍ତ ପଛୁଆ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ସେ କିଭଳି ଆହ୍ୱାନର ସମ୍ମୁଖୀନ ହୋଇଥିଲେ, ସେ ସମ୍ପର୍କରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟକୁ ବିକାଶର ପଥରେ ଫେରାଇ [...]
ଭୁବନେଶ୍ବର – ନିର୍ବାଚନ ପୂର୍ବରୁ ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାର ସାଢେ ଚାରି କୋଟି ପରିବାରର ସେବା କରିବାକୁ ମନୋନୀତ ହୋଇଥିବାରୁ ସେ ଖୁସି ଅନୁଭବ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବାତ୍ୟା ବିଧ୍ୱସ୍ତ ପଛୁଆ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ସେ କିଭଳି ଆହ୍ୱାନର
ସମ୍ମୁଖୀନ ହୋଇଥିଲେ, ସେ ସମ୍ପର୍କରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟକୁ ବିକାଶର ପଥରେ ଫେରାଇ ଆଣିବା ବଡ ଆହ୍ବାନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟର ସାଢ଼େ ୪ କୋଟି ପରିବାର ସଦସ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଛି। ଆଜି ଓଡ଼ିଶା ଦେଶର ସବୁଠୁ ପ୍ରଗତିଶୀଳ ରାଜ୍ୟ ଭାବେ ପରିଗଣିତ ହେଉଛି ଓ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ମଡେଲର ଉଦାହରଣ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗତ ୫ ବର୍ଷ ୫-ଟି ସିଦ୍ଧାନ୍ତ ଆଧାରିତ ରହିଛି । ଏହି ଅବଧିକୁ ଏକ ମାଇଲଖୁଣ୍ଟ, ଯାହାକି ଓଡ଼ିଶାକୁ ରୂପାନ୍ତରୀକରଣ ଓ ସମୃଦ୍ଧି ପଥରେ ଆଗକୁ ନେଇଛି । ରୂପାନ୍ତରୀକରଣ ସମଗ୍ର ରାଜ୍ୟରେ ଓ ସବୁ ବର୍ଗର ଲୋକଙ୍କ ମଧ୍ୟରେ ପ୍ରତିଫଳିତ ହୋଇଛି । ସ୍ୱଚ୍ଛ ପ୍ରଶାସନ ଓ ପ୍ରଯୁକ୍ତି ବିଦ୍ୟାର ଅଧିକ ଉପଯୋଗ ମାଧ୍ୟମରେ ଆମ ଟିମ୍ ଖୁବ୍ କମ ସମୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଭବିଷ୍ୟତ ଉଜ୍ଜଳ । ଆମେ ୨୦୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଏକ ନମ୍ବର ହେଉ ଆମେ ଚାହୁଁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦଶନ୍ଧି ହେଉଛି ଯୁବଗୋଷ୍ଠୀଙ୍କ ଦଶନ୍ଧି । ଯୁବବର୍ଗଙ୍କ ମହତ୍ତ୍ୱ।କାଂକ୍ଷାଙ୍କୁ ଗୁରୁତ୍ୱ ଦେଇ ସର୍ବୋକୃଷ୍ଟ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କୁ ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ପ ପଡ଼ିବ। ରାଜ୍ୟର ଯୁବବର୍ଗ ନୂଆ ଓଡ଼ିଶା ନିର୍ମାଣ କରିବେ । ଏଭଳି ଏକ ରାଜ୍ୟ ଯାହା ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିବ ଆଉ ନିଜ ଲୋକଙ୍କ ପାଇଁ ସମୃଦ୍ଧି ଆଣିବ। ଓଡ଼ିଶାବାସୀଙ୍କ ଗଭୀର ଆସ୍ଥା ତାଙ୍କୁ ସର୍ବଦା ଧନ୍ୟ ଓ ବିନମ୍ର କରାଇଛି ଯାହାକି ଅଧିକ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ୧୦ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ। ଆମେ ଏକ ସଶକ୍ତ ଓଡ଼ିଶାର ଆରମ୍ଭ କରିବୁ ଯାହା ଆଧୁନିକ, ଗତିଶୀଳ ଓ ଉତ୍ତରଦାୟୀ ରହିବ- ମୁଖ୍ୟମନ୍ତ୍ରୀ କହିଛନ୍ତି।
State Cabinet Nods Amendment of Odisha Grant-In-Aid Order- 2014
Next Articleମେଣ୍ଢାଶାଳ ପୋଲିସ ଫାଣ୍ଡି ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ : ରହିବେ ୪୧ ଅଧିକାରୀ ଓ କର୍ମଚାରୀ , ସୃଷ୍ଟି ହେବ ୩୪ ନୂଆ ପଦବୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
