न्यूज़रूम ओडिशा
ब्रेकिंग
ओडिया समाचार

ଦାମୋଦର ରାଉତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର – ଗୁରୁତର ଅସୁସ୍ଥ ହୋଇ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସୁସ୍ଥତା ବିଷୟରେ ଜାଣି ସେ ଚିନ୍ତିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କର ଦୀର୍ଘାୟୁ ଜୀବନ କାମନା କରିଛନ୍ତି। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ଦାମୋଦର ରାଉତ ଗୁରୁତର ଥିବା ନେଇ ପୁଅ ପୁଅ [...]

Admin•21 मार्च 2024
Share Article:

ଭୁବନେଶ୍ଵର – ଗୁରୁତର ଅସୁସ୍ଥ ହୋଇ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସୁସ୍ଥତା ବିଷୟରେ ଜାଣି ସେ ଚିନ୍ତିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କର ଦୀର୍ଘାୟୁ ଜୀବନ କାମନା କରିଛନ୍ତି।

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ଦାମୋଦର ରାଉତ ଗୁରୁତର ଥିବା ନେଇ ପୁଅ ପୁଅ ସମ୍ବିତ ରାଉତ ସୂଚନା ଦେଇଛନ୍ତି । ଗୁରୁତର ଅବସ୍ଥାରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦାମ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଗତ ୧୮ତାରିଖରେ ଦାମଙ୍କୁ ହୃଦଘାତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ।

#Odia#Odisha#News
Share Article:

Related Articles