ଏସବିଆଇ ଦେଇଥିବା ନିର୍ବାଚନୀ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ଇସି
ନୂଆଦିଲ୍ଲୀ:ନିର୍ବାଚନୀ ବଣ୍ଡ୍ ନେଇ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଗୁରୁବାର ଦେଇଥିବା ସମସ୍ତ ତଥ୍ୟ ନିର୍ବାଚନ କମିଶନ ନିଜ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ଏଥର ନିର୍ବାଚନୀ ବଣ୍ଡ୍ ନମ୍ବର ସହ ଏହି ତଥ୍ୟ ଅପଲୋଡ୍ କରାଯାଇଛି । ପୂର୍ବରୁ ଏସବିଆଇ ଦ୍ବାରା ଦାଖଲ ଅସମ୍ପୂର୍ଣ୍ଣ ତଥ୍ୟ ନେଇ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ମାର୍ଚ୍ଚ ୨୧ ଅର୍ଥାତ୍ ଆଜି ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନୀ ବଣ୍ଡ୍ ନମ୍ବର ସହ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ [...]
ନୂଆଦିଲ୍ଲୀ:ନିର୍ବାଚନୀ ବଣ୍ଡ୍ ନେଇ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଗୁରୁବାର ଦେଇଥିବା ସମସ୍ତ ତଥ୍ୟ ନିର୍ବାଚନ କମିଶନ ନିଜ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ଏଥର ନିର୍ବାଚନୀ ବଣ୍ଡ୍ ନମ୍ବର ସହ ଏହି ତଥ୍ୟ ଅପଲୋଡ୍ କରାଯାଇଛି ।
ପୂର୍ବରୁ ଏସବିଆଇ ଦ୍ବାରା ଦାଖଲ ଅସମ୍ପୂର୍ଣ୍ଣ ତଥ୍ୟ ନେଇ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ମାର୍ଚ୍ଚ ୨୧ ଅର୍ଥାତ୍ ଆଜି ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନୀ ବଣ୍ଡ୍ ନମ୍ବର ସହ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସମସ୍ତ ତଥ୍ୟ ଦିଆଯାଇଥିବା ନେଇ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ଏସବିଆଇକୁ କହିଥିଲେ କୋର୍ଟ ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଏସବିଆଇ ଅଧ୍ୟକ୍ଷ ଦୀନେଶ କୁମାର ଖାରା ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ନିର୍ବାଚନ ବଣ୍ଡ୍ ସହ ଜଡ଼ିତ ସମସ୍ତ ବିବରଣୀ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କମିଶନଙ୍କୁ ଦେଇଛୁ। ଏଥର ଦିଆଯାଇଥିବା ତଥ୍ୟରେ ବଣ୍ଡର ଆଲଫା ନ୍ୟୁମେରିକ୍ ନମ୍ବର, ବଣ୍ଡର ମୂଲ୍ୟ, କ୍ରେତାଙ୍କ ନାମ, ଚାନ୍ଦା ପାଇଥିବା ଦଳର ନାମ, ପାର୍ଟିର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ ଡିଜିଟ୍ ନମ୍ବର, ନଗଦୀକରଣ ହୋଇଥିବା ବଣ୍ଡର ମୂଲ୍ୟ ଓ ନମ୍ବର ସାମିଲ | ତେବେ ସାଇବର ସୁରକ୍ଷା କାରଣରୁ ରାଜନୈତିକ ଦଳଙ୍କ ସମ୍ପୂର୍ଣ୍ଣ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ବଣ୍ଡ୍ କ୍ରେତାଙ୍କ କେଓ୍ବାଇସି ସୂଚନା ଦିଆଯାଇ ନାହିଁ ବୋଲି ଏସବିଆଇ ଅଧ୍ୟକ୍ଷ କୋର୍ଟଙ୍କୁ କହିଛନ୍ତି ।
ମାର୍ଚ୍ଚ ୧୮ର ହୋଇଥିବା ଶୁଣାଣିରେ ନିର୍ବାଚନୀ ବଣ୍ଡ୍ ନମ୍ବର ପ୍ରକାଶ କରିନଥିବାରୁ ସୁପ୍ରିମକୋର୍ଟ ଏସବିଆଇକୁ ଭର୍ତ୍ସନା କରିଥିଲେ । ବଣ୍ଡର ୟୁନିକ ‘ଆଲଫା ନ୍ୟୁମେରିକ୍ ନମ୍ବର’ ଓ କ୍ରମିକ ନମ୍ବର ସହ ସମସ୍ତ ତଥ୍ୟ ମାର୍ଚ୍ଚ ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
ଏସବିଆଇ ଅଧ୍ୟକ୍ଷ ଦୀନେଶ କୁମାର ଖାରା ସତ୍ୟପାଠରେ କହିଛନ୍ତି, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ କେଓ୍ବାଇସି ବ୍ୟତୀତ ଆଉ କୌଣସି ତଥ୍ୟ ଲୁଚାଯାଇ ନାହିଁ। ସୁରକ୍ଷା କାରଣରୁ ଦାତା ଏବଂ ରାଜନୈତିକ ଦଳ
ଗୁଡିକର କେଓ୍ବାଇସି ନମ୍ବର ସାର୍ବଜନୀନ କରାଯାଇ ନାହିଁ |
ଏହା ପୂର୍ବରୁ ମାର୍ଚ୍ଚ ୧୧ ରାୟରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲା। ତେବେ ମାର୍ଚ୍ଚ ୧୨ରେ ଏସବିଆଇ ଦେଇଥିବା ତଥ୍ୟରେ ନିର୍ବାଚନୀ ବଣ୍ଡର ୟୁନିକ ଆଲଫା ନ୍ୟୁମେରିକ୍ ନମ୍ବର ନଥିଲା।
ନିର୍ବାଚନୀ ବଣ୍ଡର ଏକ ‘ଆଲଫା ନ୍ୟୁମେରିକ୍ ନମ୍ବର’ ରହିଛି ଯାହା ଖାଲି ଆଖିରେ ଦେଖାଯାଏ ନାହିଁ। ଏହି ସ୍ବତନ୍ତ୍ର ନମ୍ବର କେବଳ ଅଲଟ୍ରା ଭାଓଲେଟ୍ ଆଲୋକରେ ଦୃଶ୍ୟମାନ ହେବ । ଏହି ସ୍ବତନ୍ତ୍ର ନମ୍ବର ଦ୍ଵାରା କେଉଁ ସଂସ୍ଥା କେଉଁ ରାଜନୈତିକ ଦଳକୁ କେତେ ଚାନ୍ଦା ଦେଇଛି ସେନେଇ ମେଳ କରାଯାଇ ପାରିବ। ସୂଚନାଯୋଗ୍ୟ ଯେ ଫେବୃଆରୀ ୧୫ରେ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରିଥିଲେ।
ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ୨୦୨୪ ପାଳିତ
Next Articleକେଜ୍ରିୱାଲଙ୍କ ଘରେ ଇଡି ଟିମ୍, ସୁପ୍ରିମକୋର୍ଟ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
