न्यूज़रूम ओडिशा
ब्रेकिंग
ओडिया समाचार

ଇସ୍ତଫା ଦେବେନି କେଜ୍ରିୱାଲ, ଜେଲରୁ ସରକାର ଚଳାଇବେ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଗିରଫ କରିଛି। ଇଡି କେଜ୍ରିୱାଲଙ୍କୁ ପ୍ରାୟ ଦୁଇ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରିଛି । କୌଣସି ନେତା ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗିରଫ ହେବା ସ୍ଵାଧୀନ ଭାରତରେ ଏହା ପ୍ରଥମ ଘଟଣା । ଗିରଫ ପରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। [...]

Admin•21 मार्च 2024
Share Article:

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଗିରଫ କରିଛି। ଇଡି କେଜ୍ରିୱାଲଙ୍କୁ ପ୍ରାୟ ଦୁଇ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରିଛି । କୌଣସି ନେତା ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗିରଫ ହେବା ସ୍ଵାଧୀନ ଭାରତରେ ଏହା ପ୍ରଥମ ଘଟଣା ।

ଗିରଫ ପରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। ଗିରଫ ବିରୋଧରେ ଦଳ ସୁପ୍ରିମକୋର୍ଟ ଯାଇଛି । ଆଜି ହିଁ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଦାବି କରିଛି ଦଳ ।

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀ ମନ୍ତ୍ରୀ ଅତିଶୀ କହିଛନ୍ତି ଯେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ରହିଛନ୍ତି। ସେ ଜେଲରୁ ସରକାର ଚଳାଇବେ । ଆପ୍ ଓ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏହା ବିଜେପିର ଷଡ଼ଯନ୍ତ୍ର। ଦିଲ୍ଲୀର ଲୋକେ ଅରବିନ୍ଦ କେଜ୍ରିୱାଲଙ୍କୁ ଭଲ ପାଆନ୍ତି ଏବଂ ସେମାନେ ବିଜେପିକୁ ଜବାବ ଦେବେ ବୋଲି ଅତିଶୀ କହିଛନ୍ତି।

ସେ କହିଛନ୍ତି, କେଜ୍ରିୱାଲଙ୍କ ଗିରଫଦାରୀକୁ ରଦ୍ଦ କରିବାକୁ ଆମେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛୁ। ଆଜି ରାତିରେ ସୁପ୍ରିମକୋର୍ଟଙ୍କଠାରୁ ତୁରନ୍ତ ଶୁଣାଣି କରିବାକୁ ଆମେ ଦାବି କରିଛୁ।

ଗିରଫ ସମୟରେ କେଜ୍ରିୱାଲଙ୍କ ବାସଭବନ ବାହାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା। ଆପ୍ କର୍ମୀମାନେ କେଜ୍ରିୱାଲ ଜିନ୍ଦାବାଦ୍ ସ୍ଲୋଗାନ ଦେଇଥିଲେ। ଆପ୍ ନେତା ମାନଙ୍କୁ କେଜ୍ରିୱାଲଙ୍କ ବାସଭବନକୁ ଯିବାକୁ ଦିଆଯାଇନଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡିର ଏହା ହେଉଛି ଚତୁର୍ଥ ବଡ଼ ଗିରଫଦାରୀ । ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବରୁ ଇଡି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା। ନିକଟରେ ଇଡି ଟିମ୍ ଏହି ମାମଲାରେ ବିଆରଏସ ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କୁ ମଧ୍ୟ ଗିରଫ କରିଥିଲା।

#Odia#Odisha#News
Share Article:

Related Articles