न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀମନ୍ଦିରରେ ପ୍ରବେଶ ବେଳେ ଧରାପଡିଲେ ପୋଲାଣ୍ଡର ମହିଳା ପର୍ଯ୍ୟଟକ

ପୁରୀ – ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଛନ୍ତି ଜଣେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତମାନେ ମହିଳାଙ୍କୁ ବିଦେଶିନୀ ବୋଲି ଚିହ୍ନଟ କରିଥିଲେ। ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ବାଇଶି ପାହାଚ ନିକଟରୁ ବିଦେଶିନୀଙ୍କୁ ଚିହ୍ନଟ କରିଥିଲେ ସେବାୟତ । ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡର ନାଗରିକ ହୋଇଥିବା ଜଣାପଡ଼ିଛି । ତେବେ, ସେ କିଭଳି ଓ କାହିଁକି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ସେ [...]

Admin•23 मार्च 2024
Share Article:

ପୁରୀ – ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଛନ୍ତି ଜଣେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତମାନେ ମହିଳାଙ୍କୁ ବିଦେଶିନୀ ବୋଲି ଚିହ୍ନଟ କରିଥିଲେ। ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ବାଇଶି ପାହାଚ ନିକଟରୁ ବିଦେଶିନୀଙ୍କୁ ଚିହ୍ନଟ କରିଥିଲେ ସେବାୟତ । ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡର ନାଗରିକ ହୋଇଥିବା ଜଣାପଡ଼ିଛି । ତେବେ, ସେ କିଭଳି ଓ କାହିଁକି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ସେ ନେଇ ପୋଲିସର ତଦନ୍ତ ଜାରି ରହିଛି। ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶିଥିବା ଜଣାପଡିଛି। ତାଙ୍କ ପାସପୋର୍ଟ ଯାଞ୍ଚ କରାଯାଉଥିବା ବେଳେ, ବିଦେଶିନୀ ଜଣକ ୨୦୨୩ରେ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି ।

#Odia#Odisha#News
Share Article:

Related Articles