ପରମ୍ପରାର ପ୍ରତୀକ: ଗଞ୍ଜାମର ପ୍ରସିଦ୍ଧ ଦୋଳ ଯାତ୍ରା
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ସହରର ଐତିହ୍ୟସମ୍ପନ୍ନ ପାରମ୍ପରିକ ଦୋଳ ଯାତ୍ରା କାହିଁ କେବେ ଠାରୁ ଆୟୋଜିତ ହେଉଛି। ଗତ ଗୁୁରୁବାରରୁ ଏହା ଆରମ୍ଭ ହୋଇଥିବା ବେଳେ ସୋମବାର ଦୋଳ ପୂର୍ଣ୍ଣିମା ତିଥିରେ ସମାପ୍ତ ହେବ। ଏହା କେବଳ ଜିଲ୍ଲାରେ ନୁହେଁ ବରଂ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶ୍ରୀ ରାଧାକୃଷ୍ଣଙ୍କ ଦୋଳ ଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରିଛି। ଗୁରୁବାରରୁ ଠାକୁରମାନେ ନିଜ ନିଜ ମନ୍ଦିରରୁ ବାହାରି ଦୋଳରେ ବିଜେ କରି ସାହି ଓ ଗାଁ ପରିକ୍ରମା [...]
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ସହରର ଐତିହ୍ୟସମ୍ପନ୍ନ ପାରମ୍ପରିକ ଦୋଳ ଯାତ୍ରା କାହିଁ କେବେ ଠାରୁ ଆୟୋଜିତ ହେଉଛି। ଗତ ଗୁୁରୁବାରରୁ ଏହା ଆରମ୍ଭ ହୋଇଥିବା ବେଳେ ସୋମବାର ଦୋଳ ପୂର୍ଣ୍ଣିମା ତିଥିରେ ସମାପ୍ତ ହେବ। ଏହା କେବଳ ଜିଲ୍ଲାରେ ନୁହେଁ ବରଂ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶ୍ରୀ ରାଧାକୃଷ୍ଣଙ୍କ ଦୋଳ ଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରିଛି।
ଗୁରୁବାରରୁ ଠାକୁରମାନେ ନିଜ ନିଜ ମନ୍ଦିରରୁ ବାହାରି ଦୋଳରେ ବିଜେ କରି ସାହି ଓ ଗାଁ ପରିକ୍ରମା କରୁଛନ୍ତି। ଠାକୁରଙ୍କ ଦୋଳ ନିକଟରେ ସେହି ପୁରାତନ ଦିହୁଡି ପରମ୍ପରା ଆଜିବି ପ୍ରଚଳିତ ରହିଛି। ଠାକୁରମାନଙ୍କୁ ଦୋଳରେ ବିଜେ କରାଯିବା ପୂର୍ବରୁ ଫଗୁ ପୂଜା ହୋଇ ଫଗୁ ଲାଗି କରାଯାଇଥିଲା। ପରେ ପରିକ୍ରମା ସହ ଘର ଘର ନିକଟକୁ ଯାଇ ଠାକୁରମାନେ ଭୋଗ ଖାଇଥିଲେ। ଯାତ୍ରା ପାଇଁ ସମସ୍ତ ସାହି ଓ ଗଳିକୁ ସୁନ୍ଦର ଆଲୋକରେ ସଜାଯାଇଛି।ଏଥିପାଇଁ ସମଗ୍ର ଗଞ୍ଜାମ ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଏଥିପାଇଁ ଉତ୍ସବମୁଖର ଓ ଚଳଚଞ୍ଚଳ।
ଏହି ଐତିହ୍ୟ ଦୋଳ ଯାତ୍ରା ଯଦିଓ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚ ଦିନ ଅନୁଷ୍ଠିତ ହୁଏ। କିନ୍ତୁ ଏଠିକାର ଦୋଳଯାତ୍ରାର ପ୍ରାଚୀନ ପରମ୍ପରାକୁ ଆଲୋଚନା କରାଗଲେ ଜଣାଯାଏ କି ଫଗୁଦଶମୀ ଠାରୁ ହିଁ ଠାକୁରଙ୍କ ଯାତ୍ରା ଆରମ୍ଭ ହୋଇଥାଏ। ଯାତ୍ରାରେ ଅଂଶ ଗ୍ରହଣ କରୁଥିବା ଠାକୁରମାନଙ୍କ ମନ୍ଦିରରେ ପ୍ରଥମେ ଭିତିରି ଫଗୁ ପୂଜା ହୁଏ। ସେହି ରାତ୍ର ଠାକୁରଙ୍କ ନିକଟରେ ଫଗୁ ପୂଜା ପରେ ଠାକୁରଙ୍କୁ ଲାଗି ହୁଏ l ଏହାପରେ ସମସ୍ତ ଭକ୍ତ ନିଜକୁ ଓ ପରସ୍ପରକୁ ଲଗାଇଥାନ୍ତି। ଏକାଦଶୀ ତିଥିରେ ଠାକୁରମାନେ ଦୋଳରେ ବୁଲି ଯିଏ ଯାହା ସାହି ଓ ଗାଁରେ ଭୋଗ ଖାଇଥାନ୍ତି। ଦ୍ୱାଦଶୀ ଯାତ୍ରାରେ ସାମନ୍ତରା ସାହି, ଦୁର୍ଗାଦେବୀ ସାହି, ନୂଆ ସାହି, ଚୋୖଧୁରୀ ସାହି ଓ ପଣ୍ଡା ସାହିର ମନ୍ଦିରରେ ବିଜେ ଠାକୁର ମାନଙ୍କୁ ଛାଡିଦେଲେ ଅନ୍ୟ ସାହି ଓ ଗାଁମାନଙ୍କର ଠାକୁରମାନେ ଦୋଳରେ ବୁଲି ଭୋଗ ଗ୍ରହଣ କରିଥାନ୍ତି। ଉକ୍ତ ୫ଟି ସାହିର ଠାକୁର ସମ୍ପୃକ୍ତ ସାହି ମାନଙ୍କୁ ଯାଇ ମିଳିତ ଭାବେପରିକ୍ରମା କରି ଭୋଗ ଗ୍ରହଣ କରିଥାନ୍ତି।
ଶନିବାର ସାହି ଯାତ୍ରା ହେଉଛି। ସାହି ମାନଙ୍କରେ ପ୍ରସ୍ତୁତ ମେଢ଼ ବା କୁଞ୍ଜରେ ଠାକୁରମାନେ ବିଜେ କରନ୍ତି। ଦିହୁଡି ଓ ଫଗୁ ଲାଗି ହୁଏ। ଠାକୁର ବିଜେ ପରେ ଲୋକକଳା ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୁଏ। ରବିବାର ହେବ ବଜାର ଯାତ୍ରା l ସାମନ୍ତରା ସାହି, ଦୁର୍ଗାଦେବୀ ସାହି, ନୂଆ ସାହି, ପଣ୍ଡା ସାହି, ଚୌଧୁରୀ ସାହି, ରାଉଳ ସାହି, ବ୍ରାହ୍ମଣ ଢାମଣା ସାହି, ଓଡ଼ିଆ ଢାମଣା ସାହି, କେଉଟ ସାହି, ଦାମୋଦରପୁର, କର୍ତ୍ତି ସାହି, ପୁଇଁତୋଳା ବାରିକ ସାହି, କାର୍ଜି ସାହି, ସାନ ସାହି, ବିଞ୍ଚଣାପଲ୍ଲୀ ଓ ସୂର୍ଯ୍ୟନାରାୟଣପୁର ଗ୍ରାମର ଠାକୁରମାନେ ଏହି ଯାତ୍ରାରେ ଅଂଶ ଗ୍ରହଣ କରିଥାନ୍ତି। ଏଥିପାଇଁ ସବୁ ସାହି ଗାଁ ମାନଙ୍କରେ ପରିବେଶ ଏବେ ଚଳଚଞ୍ଚଳ। ପୁରୁଣା ଜଗନ୍ନାଥ ମନ୍ଦିର ପରିସରରେ ଥିବା ନୃସିଂହ ଠାକୁରଙ୍କ କୋହଲା ଏବଂ ଠାକୁର ଯାତ୍ରାରେ ଅଂଶଗ୍ରହଣ ର ପରମ୍ପରା ଥିବାରୁ ମନ୍ଦିର ସଜେଇ ହୋଇଛି।
Odisha: Ex-Revenue Inspector Convicted in Vigilance Trap Case; Sentenced to 4 Yrs Jail
Next ArticleCEO Reviews Poll Preparedness in Nabarangpur District
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
