ନିର୍ବାଚନ ଗତିବିଧି: ସବୁ ପ୍ରମୁଖ ଦଳର ପ୍ରାର୍ଥୀ ତାଲିକାକୁ ନେଇ ଉତ୍କଣ୍ଠା
ଭୁବନେଶ୍ୱର – ଧୀରେ ଧୀରେ ଉଷ୍ମ ହେଉଛି ରାଜ୍ୟର ନିର୍ବାଚନୀ ମାହୋଲ । ପ୍ରମୁଖ ଦଳଗୁଡିକ ନିଜ ନିଜର ରଣନୀତିକୁ ଚୂଡାନ୍ତ ରୂପ ଦେବାରେ ବ୍ୟସ୍ତ। ପ୍ରାର୍ଥୀ ଚୟନ ନେଇ ବି କସରତ ଜୋର୍ ଧରିଛି । ସବୁ ଦଳର ସମର୍ଥକ ଅପେକ୍ଷା କରିଛନ୍ତି ପ୍ରାର୍ଥୀ ତାଲିକାକୁ । ଆଶାୟୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପର୍ଯ୍ୟାୟ କ୍ରମେ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି । ଏଣେ [...]
ଭୁବନେଶ୍ୱର – ଧୀରେ ଧୀରେ ଉଷ୍ମ ହେଉଛି ରାଜ୍ୟର ନିର୍ବାଚନୀ ମାହୋଲ । ପ୍ରମୁଖ ଦଳଗୁଡିକ ନିଜ ନିଜର ରଣନୀତିକୁ ଚୂଡାନ୍ତ ରୂପ ଦେବାରେ ବ୍ୟସ୍ତ। ପ୍ରାର୍ଥୀ ଚୟନ ନେଇ ବି କସରତ ଜୋର୍ ଧରିଛି । ସବୁ ଦଳର ସମର୍ଥକ ଅପେକ୍ଷା କରିଛନ୍ତି ପ୍ରାର୍ଥୀ ତାଲିକାକୁ । ଆଶାୟୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।
ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପର୍ଯ୍ୟାୟ କ୍ରମେ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି । ଏଣେ ଆଜି ଶଙ୍ଖ ଭବନରେ ଛାତ୍ର ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ ବସିବାକୁ ଯାଉଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବୈଠକରେ ଆସନ୍ତା ନିର୍ବାଚନରେ ଛାତ୍ର ବିଜେଡିର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।
ଏଣେ ରାଜ୍ୟ ବିଜେପି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ପ୍ରାର୍ଥୀ ଚୟନ ତାଲିକାକୁ ଅପେକ୍ଷା କରିଛି । ଗତକାଲି ଦିଲ୍ଲୀରେ ବସିଥିବା ବିଜେପିର କେନ୍ଦ୍ରୀୟ ସିଇସି ବୈଠକରେ ଓଡ଼ିଶା ବାବଦରେ ବି ଆଲୋଚନା ହୋଇଥିବା ଜଣାପଡ଼ିଛି।
ରାଜ୍ୟ କଂଗ୍ରେସ ମଧ୍ୟ ଦଳର କେନ୍ଦ୍ରୀୟ କମିଟିରୁ ପ୍ରାର୍ଥୀ ତାଲିକାକୁ ଚାହିଁ ବସିଛି । ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲେ ବାତାବରଣ ଆହୁରି ସରଗରମ ହେବା ସହ ପ୍ରଚାର ଆରମ୍ଭ ହୋଇଯିବା ଆଶା କରାଯାଉଛି ।
କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ତାଲିକାରେ ୪୬ ପ୍ରାର୍ଥୀଙ୍କ ନାମ, ବାରାଣସୀରୁ ପୁଣି ମୋଦୀଙ୍କ ବିରୋଧରେ ଲଢ଼ିବେ ଅଜୟ ରାୟ
Next Articleଇଡି ହାଜତରୁ ପ୍ରଥମ ଆଦେଶ ଜାରି କଲେ କେଜ୍ରିୱାଲ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
