ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ପାଞ୍ଚ ଚୀନ୍ ନାଗରିକଙ୍କ ସହ ୬ ମୃତ
ଇସଲାମାବାଦ: ପାକିସ୍ତାନରେ ଖାଇବର ପଖତୁନଖ୍ବା ପ୍ରଦେଶର ଗାଲା ଜିଲ୍ଲାର ବେଶାମ ସହରରେ ମଙ୍ଗଳବାର ଏକ ଆତ୍ମଘାତୀ ବିସ୍ଫୋରଣରେ ପାଞ୍ଚ ଚୀନ୍ ନାଗରିକଙ୍କ ସହ ୬ ଜଣଙ୍କର ମୃତ୍ୟୁ ହୋଇଛି। ଚୀନ୍ ଇଞ୍ଜିନିୟରଙ୍କ ଗାଡ଼ିକୁ ଟାର୍ଗେଟ୍ କରି ଏହି ଆତ୍ମଘାତୀ ଆକ୍ରମଣ ହୋଇଥିବା ସୂଚନାରୁ ଜଣାପଡିଛି । ଆତ୍ମଘାତୀ ଜଣକ ବିସ୍ଫୋରକ ଭର୍ତ୍ତି ଏକ ଗାଡିକୁ ଚୀନୀ ନାଗରିକଙ୍କୁ ନେଇ ଯାଉଥିବା ବସକୁ ପିଟି ଦେଇଥିଲା ବୋଲି ପୋଲିସ କହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରକ ଭର୍ତ୍ତି [...]
ଇସଲାମାବାଦ: ପାକିସ୍ତାନରେ ଖାଇବର ପଖତୁନଖ୍ବା ପ୍ରଦେଶର ଗାଲା ଜିଲ୍ଲାର ବେଶାମ ସହରରେ ମଙ୍ଗଳବାର ଏକ ଆତ୍ମଘାତୀ ବିସ୍ଫୋରଣରେ ପାଞ୍ଚ ଚୀନ୍ ନାଗରିକଙ୍କ ସହ ୬ ଜଣଙ୍କର ମୃତ୍ୟୁ ହୋଇଛି। ଚୀନ୍ ଇଞ୍ଜିନିୟରଙ୍କ ଗାଡ଼ିକୁ ଟାର୍ଗେଟ୍ କରି ଏହି ଆତ୍ମଘାତୀ ଆକ୍ରମଣ ହୋଇଥିବା ସୂଚନାରୁ ଜଣାପଡିଛି । ଆତ୍ମଘାତୀ ଜଣକ ବିସ୍ଫୋରକ ଭର୍ତ୍ତି ଏକ ଗାଡିକୁ ଚୀନୀ ନାଗରିକଙ୍କୁ ନେଇ ଯାଉଥିବା ବସକୁ ପିଟି ଦେଇଥିଲା ବୋଲି ପୋଲିସ କହିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରକ ଭର୍ତ୍ତି ଗାଡ଼ି ଯେଉଁ ବସକୁ ଧକ୍କା ଦେଇଥିଲା, ସେଥିରେ ଚୀନର କିଛି ଇଞ୍ଜିନିୟର ଥିଲେ । ସେମାନେ ଇସଲାମାବାଦରୁ ଖାଇବର ପଖତୁନଖ୍ବା ପ୍ରଦେଶର ଦାସୁକୁ ଯାଉଥିଲେ ଯେଉଁଠାରେ ଏକ ଡ୍ୟାମ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଆକ୍ରମଣରେ ପାଞ୍ଚ ଜଣ ଚୀନ୍ ନାଗରିକଙ୍କ ଓ ସେମାନଙ୍କ ଗାଡ଼ିର ପାକିସ୍ତାନୀ ଡ୍ରାଇଭର ପ୍ରାଣ ହରାଇଛନ୍ତି । ଦାସୁ ଏକ ପ୍ରମୁଖ ଡ୍ୟାମର ସ୍ଥାନ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣ ହୋଇଛି । ୨୦୨୧ରେ ଏକ ବସ୍ରେ ବିସ୍ଫୋରଣ ହେବାରୁ ୯ ଜଣ ଚୀନ୍ ନାଗରିକଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ।
ମଙ୍ଗଳବାର ପାକ୍ ନୌସେନା ଏୟାରବେସ ଉପରେ ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣର କିଛି ଘଣ୍ଟା ପରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଛି । ନୌସେନା ଏୟାରବେସ ଉପରେ ଆକ୍ରମଣରେ ଅତି କମରେ ଜଣେ ସୈନିକ ନିହତ ହୋଇଥିଲେ।
ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷିତ, ନଭେମ୍ବର ୨୨ରୁ ପର୍ଥରେ ପ୍ରଥମ ଟେଷ୍ଟ
Next Articleହୋଲି ଅଘଟଣ, ଜଳାଶୟରେ ଗାଧୋଇବା ବେଳେ ବୁଡି ୬ ମୃତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
