न्यूज़रूम ओडिशा
ब्रेकिंग
ओडिया समाचार

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଇ ହିଞ୍ଜିଳି ଆସନରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ । ଷଷ୍ଠ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ ହେବେ ବିଜେଡି ସୁପ୍ରିମୋ। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମା’ ତାରାତାରିଣୀଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସୂଚୀ ଅନୁସାରେ ତାରାତାରିଣୀ ମନ୍ଦିର ନିକଟସ୍ଥ ଅସ୍ଥାୟୀ ହେଲିପ୍ୟାଡରେ ଆଜି ସକାଳ ୧୧ଟା ବେଳେ ଅବତରଣ କରିବେ [...]

Admin•30 अप्रैल 2024
Share Article:

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ । ଷଷ୍ଠ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ ହେବେ ବିଜେଡି ସୁପ୍ରିମୋ।

ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମା’ ତାରାତାରିଣୀଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସୂଚୀ ଅନୁସାରେ ତାରାତାରିଣୀ ମନ୍ଦିର ନିକଟସ୍ଥ ଅସ୍ଥାୟୀ ହେଲିପ୍ୟାଡରେ ଆଜି ସକାଳ ୧୧ଟା ବେଳେ ଅବତରଣ କରିବେ ମୁଖ୍ୟମନ୍ତ୍ରୀ। ୧୧ଟା ୧୫ ମିନିଟ ସୁଦ୍ଧା ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବେ ।ସେଠାରୁ ହେଲିକପ୍ଟରରେ ଆସି ଛତ୍ରପୁରର ଅନସ୍ଲୋ ଖେଳପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ମୁଖ୍ୟମନ୍ତ୍ରୀ ସର୍କିଟ ହାଉସକୁ ଯିବେ । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୩୫ ମିନିଟରେ ପ୍ରାର୍ଥିପତ୍ର ଦାଖଲ କରିବେ। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବରୁ ଚଳିତ ମାସ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ବିଜେଡି ପାଇଁ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବା ସହ ହିଞ୍ଜିଳି ଓ ଶେରଗଡରେ ଜନସଭାକୁ ସମ୍ବୋଧିତ କରିଥିଲେ ‌। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲା ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।

#Odia#Odisha#News
Share Article:

Related Articles