न्यूज़रूम ओडिशा
ब्रेकिंग
ओडिया समाचार

ବିଜେଡିର ୬ ଜଣିଆ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ

ଭୁବନେଶ୍ୱର – ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ମାତ୍ର କିଛି ଘଣ୍ଟା ପରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଜଣିଆ ଦ୍ୱିତୀୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପୁରୀ ଲୋକସଭା ଆସନରୁ ଅରୂପ ପଟ୍ଟନାୟକ ପ୍ରାର୍ଥୀ ହେବେ । ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସନ୍ତୃପ୍ତ ମିଶ୍ର ଓ [...]

Admin•27 मार्च 2024
Share Article:

ଭୁବନେଶ୍ୱର – ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ମାତ୍ର କିଛି ଘଣ୍ଟା ପରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଜଣିଆ ଦ୍ୱିତୀୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ପୁରୀ ଲୋକସଭା ଆସନରୁ ଅରୂପ ପଟ୍ଟନାୟକ ପ୍ରାର୍ଥୀ ହେବେ । ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସନ୍ତୃପ୍ତ ମିଶ୍ର ଓ ଯାଜପୁରରୁ ଶର୍ମିଷ୍ଠା ସେଠୀ ପ୍ରାର୍ଥୀ ହେବେ ।

ପୂର୍ବରୁ ଆଜି ଅପରାହ୍ନରେ ବିଜେଡିର ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ନବୀନ ପଟ୍ଟନାୟକ। ମୋଟ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି ।

#Odia#Odisha#News
Share Article:

Related Articles