न्यूज़रूम ओडिशा
ब्रेकिंग
ओडिया समाचार

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆୟକର ବିଭାଗର ୧୭୦୦ କୋଟିର ନୋଟିସ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ପୂର୍ବ ବର୍ଷର ଟ୍ୟାକ୍ସ ରିଟର୍ଣ୍ଣରେ ଅସଙ୍ଗତି ଅଭିଯୋଗରେ ଆୟକର ବିଭାଗ କଂଗ୍ରେସକୁ ୧୭୦୦ କୋଟିର ନୋଟିସ ପଠାଇଛି। ସୂଚନା ଅନୁଯାୟୀ, ସୁଧ ସହିତ ଟିକସ ଜୋରିମାନା ୨୦୧୭-୧୮ ରୁ ୨୦୨୦-୨୧ ବର୍ଷ ମଧ୍ୟରେ ଟ୍ୟାକ୍ସ ରିଟର୍ଣ୍ଣରେ ଅସଙ୍ଗତି ସହ ଜଡ଼ିତ । ଦଳକୁ ଆୟକର ବିଭାଗର ଏହି ସଦ୍ୟତମ ନୋଟିସ୍ କିଛି ଦିନ ତଳେ ମିଳିଛି। ଆୟକର ବିଭାଗ [...]

Admin•29 मार्च 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ପୂର୍ବ ବର୍ଷର ଟ୍ୟାକ୍ସ ରିଟର୍ଣ୍ଣରେ ଅସଙ୍ଗତି ଅଭିଯୋଗରେ ଆୟକର ବିଭାଗ କଂଗ୍ରେସକୁ ୧୭୦୦ କୋଟିର ନୋଟିସ ପଠାଇଛି।

ସୂଚନା ଅନୁଯାୟୀ, ସୁଧ ସହିତ ଟିକସ ଜୋରିମାନା ୨୦୧୭-୧୮ ରୁ ୨୦୨୦-୨୧ ବର୍ଷ ମଧ୍ୟରେ ଟ୍ୟାକ୍ସ ରିଟର୍ଣ୍ଣରେ ଅସଙ୍ଗତି ସହ ଜଡ଼ିତ । ଦଳକୁ ଆୟକର ବିଭାଗର ଏହି ସଦ୍ୟତମ ନୋଟିସ୍ କିଛି ଦିନ ତଳେ ମିଳିଛି।

ଆୟକର ବିଭାଗ ତରଫରୁ ୨୧୦ କୋଟି ଜୋରିମାନା ଓ ଦଳର ବ୍ୟାଙ୍କ ଆକାଉଣ୍ଟକୁ ‘ଫ୍ରିଜ୍’ କରାଯିବା ପରେ କଂଗ୍ରେସ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ଏହି ମାମଲାରେ ଦଳକୁ ହାଇକୋର୍ଟରୁ ବି କୌଣସି ଆଶ୍ବସ୍ତି ମିଳିନଥିଲା । ଦଳ ପାଖରେ ଏବେ ସୁପ୍ରିମକୋର୍ଟ ଯିବା ହିଁ ଏକମାତ୍ର ବିକଳ୍ପ ।

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଆୟକର ବିଭାଗ ଜରିଆରେ ଦଳକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ପ୍ରୟାସ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ।

#Odia#Odisha#News
Share Article:

Related Articles