ଜାତୀୟ ଡ୍ୟାନ୍ସ ସୋ’ରେ ଚମକିଲେ ବ୍ରହ୍ମପୁରର ଆଦର୍ଶ
ବ୍ରହ୍ମପୁର: ମାତ୍ର ଆଠ ବର୍ଷ ବୟସରେ ଜାତୀୟସ୍ତରର ଟିଭି ଚ୍ୟାନେଲର ଡ୍ୟାନ୍ସ ସୋ’ରେ ଏମିତି ଚମକିଛନ୍ତି ଯେ ନୃତ୍ୟରେ ବିଶାରଦ ବିଶିଷ୍ଟ ବଲିଉଡ୍ ଭେଟେରାନ୍ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ମଧ୍ୟ ଉଚ୍ଚ ପ୍ରଶଂସା କରିବାରୁ ନିଜକୁ ରୋକିପାରି ନାହାନ୍ତି। ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ ମଧ୍ୟ ଏହି ଛୋଟ ବାଳକଟିର ନୃତ୍ୟ ଅଙ୍ଗୀଭଙ୍ଗୀକୁ ପ୍ରଶଂସା କରିଛନ୍ତି। ଏହି ଉଦୀୟମାନ କୁନି ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ନୀଳାଦ୍ରି ବିହାରର ଆଦର୍ଶ ପାତ୍ର। ତାଙ୍କୁ ବିଚାରକମାନେ ଡ୍ୟାନ୍ସ ଉସ୍ତାଦ, ଏକ୍ସପ୍ରେସନ୍ [...]
ବ୍ରହ୍ମପୁର: ମାତ୍ର ଆଠ ବର୍ଷ ବୟସରେ ଜାତୀୟସ୍ତରର ଟିଭି ଚ୍ୟାନେଲର ଡ୍ୟାନ୍ସ ସୋ’ରେ ଏମିତି ଚମକିଛନ୍ତି ଯେ ନୃତ୍ୟରେ ବିଶାରଦ ବିଶିଷ୍ଟ ବଲିଉଡ୍ ଭେଟେରାନ୍ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ମଧ୍ୟ ଉଚ୍ଚ ପ୍ରଶଂସା କରିବାରୁ ନିଜକୁ ରୋକିପାରି ନାହାନ୍ତି। ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ ମଧ୍ୟ ଏହି ଛୋଟ ବାଳକଟିର ନୃତ୍ୟ ଅଙ୍ଗୀଭଙ୍ଗୀକୁ ପ୍ରଶଂସା କରିଛନ୍ତି। ଏହି ଉଦୀୟମାନ କୁନି ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ନୀଳାଦ୍ରି ବିହାରର ଆଦର୍ଶ ପାତ୍ର। ତାଙ୍କୁ ବିଚାରକମାନେ ଡ୍ୟାନ୍ସ ଉସ୍ତାଦ, ଏକ୍ସପ୍ରେସନ୍ ମାଷ୍ଟର୍ ବୋଲି ମଧ୍ୟ କହି ତାଙ୍କ ନୃତ୍ୟ ପ୍ରତିଭାର ଭରପୁର ପ୍ରଶଂସା କରିଛନ୍ତି।
ସମ୍ପୂର୍ଣ୍ଣ କୁମାର ଓ ରଶ୍ମିତା ରାଣୀଙ୍କ ସୁପୁତ୍ର ଆଦର୍ଶ ବ୍ରହ୍ମପୁର ଡିଏଭି ପବ୍ଲିକ୍ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ର। ସ୍କୁଲ ଯିବା ଆରମ୍ଭ ବେଳୁ ସେ ନୃତ୍ୟ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ। ଟିଭି ଦେଖି ନାଚି ଉଠୁଥିଲେ ସେ। ପୁଅର ଏଭଳି ପ୍ରତିଭା ଦେଖି ବାପା ମାଆ ତାଙ୍କୁ ପେଷାଦାର ଡ୍ୟାନ୍ସ ପ୍ରଶିକ୍ଷକ ମାନଙ୍କ ଦ୍ବାରା ତାଲିମ ପ୍ରଦାନ ଆରମ୍ଭ କରିଥିଲେ। ବୟସ ବଢ଼ିବା ସହ ପାଠ ସାଙ୍ଗକୁ ଆଦର୍ଶ ବିଭିନ୍ନ ଓଡ଼ିଆ ଟିଭି ଚ୍ୟାନେଲର ଡ୍ୟାନ୍ସ ସୋ’, ରିଅଲିଟୀ ସୋ’ରେ ନିଜ ଝଲକ ପ୍ରଦର୍ଶିତ କରିଥିଲେ। ଜିଲ୍ଲା ଓ ରାଜ୍ୟର ନୃତ୍ୟ ମଞ୍ଚରେ ତାଙ୍କ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହୁଥିଲା। ଭୁବନେଶ୍ବର, କୋଲକାତା ପରେ ମୁମ୍ବାଇ ଅଡିସନରେ କ୍ବାଲିଫାଏ କରି ଟିଭି ଚ୍ୟାନେଲର ସୋ’ରେ ଭାଗ ନେଇଥିଲେ ଏହି କୁନି ନୃତ୍ୟ ଶିଳ୍ପୀ। ସାରା ଦେଶର ଶ୍ରେଷ୍ଠ ୧୦୦ ପ୍ରତିଯୋଗୀଙ୍କ ସହ କଣ୍ଟେଷ୍ଟ କରି ଟପ୍ ୧୮ରେ ସ୍ଥାନ ପାଇଥିଲେ ଆଦର୍ଶ। ଡ୍ୟାନ୍ସ ଦିଓ୍ବାନେ ପରେ ଏବେ ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ସେ।
ବିଜେପିକୁ ଝଟକା : ଦଳ ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
Next Articleନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଲାଙ୍ଗିର ଗସ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
