न्यूज़रूम ओडिशा
ब्रेकिंग
ओडिया समाचार

ଆଉ ତିନିଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ – ରାଜ୍ୟର ଆଉ ତିନିଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । କଟକରୁ ଭର୍ତ୍ତୃହରି ମହତାବ ନିର୍ବାଚନ ଲଢ଼ିବେ। ଯାଜପୁରରୁ ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ । ଏଥିସହ ବିଜେପି ରାଜ୍ୟର ସମସ୍ତ ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି । କିଛିଦିନ ତଳେ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଶାସକ [...]

Admin•30 मार्च 2024
Share Article:

ନୂଆଦିଲ୍ଲୀ – ରାଜ୍ୟର ଆଉ ତିନିଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । କଟକରୁ ଭର୍ତ୍ତୃହରି ମହତାବ ନିର୍ବାଚନ ଲଢ଼ିବେ। ଯାଜପୁରରୁ ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ । ଏଥିସହ ବିଜେପି ରାଜ୍ୟର ସମସ୍ତ ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି । କିଛିଦିନ ତଳେ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ।

ଶାସକ ବିଜେଡି ପକ୍ଷରୁ ୧୫ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ଏ ଯାଏଁ କରାଯାଇନାହିଁ। ବିଜେଡି ୭୨ଟି ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ଦେଇସାରିଛି ।

#Odia#Odisha#News
Share Article:

Related Articles