ଖଲ୍ଲିକୋଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର୍: ହାଇଆଲର୍ଟ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଠାରୁ ଅଳ୍ପ ଦୂରରେ ଏକ ଗ୍ୟାସ୍ ଟ୍ୟାଙ୍କର୍ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ, ପୋଲିସ, ଅଗ୍ନିଶମ ବାହିନୀ ହାଇଆଲର୍ଟରେ ରହିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟ୍ୟାଙ୍କରରେ ଥିବା ଗ୍ୟାସକୁ ଶୀତଳ ରଖିବା ପାଇଁ ତାହା ଉପରେ ଲଗାତର ପାଣି ପକାଉଛନ୍ତି ଦମକଳ ବାହିନୀ। ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଥିଲା ବେଳେ ଲୋକଙ୍କୁ ମଧ୍ୟ କୈାଣସି [...]
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଠାରୁ ଅଳ୍ପ ଦୂରରେ ଏକ ଗ୍ୟାସ୍ ଟ୍ୟାଙ୍କର୍ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ, ପୋଲିସ, ଅଗ୍ନିଶମ ବାହିନୀ ହାଇଆଲର୍ଟରେ ରହିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟ୍ୟାଙ୍କରରେ ଥିବା ଗ୍ୟାସକୁ ଶୀତଳ ରଖିବା ପାଇଁ ତାହା ଉପରେ ଲଗାତର ପାଣି ପକାଉଛନ୍ତି ଦମକଳ ବାହିନୀ। ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଥିଲା ବେଳେ ଲୋକଙ୍କୁ ମଧ୍ୟ କୈାଣସି ଦହନଶୀଳ ସାମଗ୍ରୀ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।
ବ୍ରହ୍ମପୁରରୁ ଖୋର୍ଦ୍ଧା ଯାଉଥିବା ଭାରତ ଗ୍ୟାସ୍ ଟ୍ୟାଙ୍କର୍ ଆଜି ପୂର୍ବାହ୍ନ ୧୧ଟା ୩୦ରେ ଖଲ୍ଲିକୋଟ ବଡ଼ ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥର ବଡ଼ ଘାଟି ରାସ୍ତାରେ ଏହା ଘଟିଛି। ଡ୍ରାଇଭର୍ ଭୁଲବଶତଃ ଖଲ୍ଲିକୋଟ- ନନ୍ଦଗଡାଣିଆ ରାସ୍ତାକୁ ଗାଡି ବୁଲାଇ ଦେଇଥିଲେ। ଫଳରେ ନିୟନ୍ତ୍ରଣ ହରାଇ ଟ୍ୟାଙ୍କରଟି ରାସ୍ତା କଡ଼କୁ ଓଲଟି ପଡିଥିଲା। ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଛି। ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଥିବା ବେଳେ ଖବର ପାଇ ପୋଲିସ ଓ ଦମକଳବାହିନୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆଖପାଖ ଅଞ୍ଚଳର ମଧ୍ୟ ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିକଟସ୍ଥ କାଠଗଡା ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି। ଖୋର୍ଦ୍ଧା ଓ ବିଶାଖାପାଟଣାରୁ ବିଶେଷଜ୍ଞ ଟିମକୁ ଡକାଯାଇଛି। ସେମାନେ ପହଞ୍ଚିଲେ ସୁରକ୍ଷିତ ସ୍କ ଗ୍ୟାସ୍ ନିଷ୍କାସନ ଏବଂ ପରେ ଟ୍ୟାଙ୍କର୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ।
ପ୍ରକାଶଯୋଗ୍ୟ ଏହି ରାଜପଥରେ ଗ୍ୟାସ୍ ଟ୍ୟାଙ୍କର୍ ଦୁର୍ଘଟଣା ଏକାଧିକ ବାର ଘଟିଲାଣି। ପୂର୍ବରୁ ଛତ୍ରପୁର କଲେଜ ଛକ ଓ ରାଜପଥରେ ଏପରି ଦୁଇ ଥର ଦୁର୍ଘଟଣା ଘଟିଥିଲା।
ବିଜେଡିର ମିଶ୍ରଣ ପର୍ବ : କଂଗ୍ରେସରୁ ଚିରଞ୍ଜୀବ ଓ ବିଜେପିରୁ ସୁକାନ୍ତ ଧରିଲେ ଶଙ୍ଖ
Next Articleପାରଳାଖେମୁଣ୍ଡି: ପୂର୍ବ ବିଧାୟକ କେ.ସୁରୀୟା ରାଓ ବିଜେଡିରେ ମିଶିବା ପରେ ଦଳର ଶକ୍ତି ବୃଦ୍ଧି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
