न्यूज़रूम ओडिशा
ब्रेकिंग
ओडिया समाचार

ରାଜ୍ୟରେ ଖରା ପ୍ରକୋପ ଜାରି, ଦିନ ୧୧ଟା ୩୦ ସୁଦ୍ଧା ୮ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ

ଭୁବନେଶ୍ୱର – ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅବ୍ୟାହତ ରହିଛି। ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ସାଢେ ୧୧ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ୮ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଥିଲା। ୩୭ ଦଶମିକ ୬ ଡିଗ୍ରୀ ସେଲସିୟସ ସହ ବାଲେଶ୍ଵର ଥିଲା ରାଜ୍ୟର ଉତ୍ତପ୍ତ ସହର। ଚାନ୍ଦବାଲିରେ ୩୭.୨,ଝାରସୁଗୁଡାରେ ୩୭.୨, ଭୁବନେଶ୍ୱରରେ ୩୬.୬, ହୀରାକୁଦରେ [...]

Admin•1 अप्रैल 2024
Share Article:

ଭୁବନେଶ୍ୱର – ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅବ୍ୟାହତ ରହିଛି। ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ସାଢେ ୧୧ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ୮ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଥିଲା। ୩୭ ଦଶମିକ ୬ ଡିଗ୍ରୀ ସେଲସିୟସ ସହ ବାଲେଶ୍ଵର ଥିଲା ରାଜ୍ୟର ଉତ୍ତପ୍ତ ସହର।

ଚାନ୍ଦବାଲିରେ ୩୭.୨,ଝାରସୁଗୁଡାରେ ୩୭.୨, ଭୁବନେଶ୍ୱରରେ ୩୬.୬, ହୀରାକୁଦରେ ୩୬, କେନ୍ଦୁଝରରେ ୩୫.୮, ସମ୍ବଲପୁରରେ ୩୫.୮, ରାଉରକେଲାରେ ୩୫.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା।

ପୁରୀରେ ୩୨.୪, ପାରାଦୀପରେ ୩୧.୬, ଗୋପାଳପୁରରେ ୩୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles