ଆୟକର ନୋଟିସ୍ ମାମଲାରେ କଂଗ୍ରେସକୁ ସାମୟିକ ଆଶ୍ବସ୍ତି, ନିର୍ବାଚନ ସମୟରେ ହେବନି କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଆୟକର ବିଭାଗ ନୋଟିସ୍ ମାମଲାରେ କଂଗ୍ରେସକୁ ସାମୟିକ ଆଶ୍ବସ୍ତି ମିଳିଛି । ଲୋକସଭା ନିର୍ବାଚନ ଦୃଷ୍ଟିରୁ ପ୍ରାୟ ୩୫୦୦ କୋଟି କର ଆଦାୟ ନୋଟିସ୍ ମାମଲାରେ କଂଗ୍ରେସ ବିରୋଧରେ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟଙ୍କୁ କହିଛି ଆୟକର ବିଭାଗ । ଆୟକର ବିଭାଗର ନୋଟିସ୍ ବିରୋଧରେ କଂଗ୍ରେସର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ [...]
ନୂଆଦିଲ୍ଲୀ: ଆୟକର ବିଭାଗ ନୋଟିସ୍ ମାମଲାରେ କଂଗ୍ରେସକୁ ସାମୟିକ ଆଶ୍ବସ୍ତି ମିଳିଛି । ଲୋକସଭା ନିର୍ବାଚନ ଦୃଷ୍ଟିରୁ ପ୍ରାୟ ୩୫୦୦ କୋଟି କର ଆଦାୟ ନୋଟିସ୍ ମାମଲାରେ କଂଗ୍ରେସ ବିରୋଧରେ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟଙ୍କୁ କହିଛି ଆୟକର ବିଭାଗ । ଆୟକର ବିଭାଗର ନୋଟିସ୍ ବିରୋଧରେ କଂଗ୍ରେସର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା ।
ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କ ଏକ ଖଣ୍ଡପୀଠ ଆୟକର ବିଭାଗର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ବୟାନ ରେକର୍ଡ କରିଛି । ମେହେଟ୍ଟା କହିଛନ୍ତି, ଏହି ମାମଲାରେ ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ବର୍ତ୍ତମାନର ପରିସ୍ଥିତିରେ କଂଗ୍ରେସ ବିରୋଧରେ କୌଣସି ତତ୍କାଳ ଆକ୍ସନ ନିଆଯିବ ନାହିଁ।କଂଗ୍ରେସ ଏକ ରାଜନୈତିକ ଦଳ । ଯେହେତୁ ନିର୍ବାଚନ (ନିର୍ବାଚନ ପ୍ରକ୍ରିୟା) ଚାଲିଛି, ଆମେ ଦଳ ବିରୋଧରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ।
ଆୟକର ନୋଟିସ୍ ବିରୋଧରେ କଂଗ୍ରେସର ଆବେଦନ ଉପରେ ଶୁଣାଣି ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
କଂଗ୍ରେସ ରବିବାର କହିଥିଲା ଯେ ଆୟକର ବିଭାଗ ତରଫରୁ ଦଳକୁ ଏକ ନୂଆ ନୋଟିସ୍ ମିଳିଛି, ଯାହା ଜରିଆରେ ୨୦୧୪-୧୫ ରୁ ୨୦୧୬-୧୭ ବର୍ଷ ପାଇଁ ୧,୭୪୫ କୋଟିର ଟ୍ୟାକ୍ସ ପୈଠ କରିବାକୁ କୁହାଯାଇଛି। ତା’ପୂର୍ବରୁ ଶୁକ୍ରବାର ୧,୮୨୪ କୋଟି ନୋଟିସ୍ ମିଳିଥିଲା। ଆୟକର ବିଭାଗ ଏପର୍ଯ୍ୟନ୍ତ କଂଗ୍ରେସ ଠାରୁ ମୋଟ ୩,୫୬୭ କୋଟି ଟଙ୍କା ଟ୍ୟାକ୍ସ ଦାବି କରିଛି। ଏହାଛଡ଼ା ଗତ ବର୍ଷର ଅନାଦେୟ ଟିକସ ବାବଦକୁ ଆୟକର କର୍ତ୍ତୃପକ୍ଷ କଂଗ୍ରେସ ଆକାଉଣ୍ଟରୁ ୧୩୫ କୋଟି ଟଙ୍କା କାଟି ନେଇଛି ବୋଲି ଦଳ ଦାବି କହିଥିଲା ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ
Next Articleଅସହ୍ୟ ଗ୍ରୀଷ୍ମ ପ୍ରବାହ: ସାଢେ ୨ଟା ସୁଦ୍ଧା ୩୮ ଡିଗ୍ରୀ ସେଲସିୟସ ଉପରେ ୭ ସହରର ତାପମାତ୍ରା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
