न्यूज़रूम ओडिशा
ब्रेकिंग
ओडिया समाचार

ଲୋକଙ୍କୁ ଉତ୍ତମ ସେବା ପ୍ରଥମ ଧର୍ମ: ଗଞ୍ଜାମ ଏସପି

ଛତ୍ରପୁର: ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ହିଁ ପୋଲିସ ବାହିନୀର ପ୍ରଥମ ଧର୍ମ। ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହାକୁ ପାଳନ କରିବା ଉଚିତ। ପୋଲିସ ବାହିନୀ ନିଜକୁ ପଛରେ ପକାଇ ଏପରିକି ନିଜ ଜୀବନକୁ ବାଜି ଲଗାଇ ଆଇନଶୃଙ୍ଖଳା ସମ୍ଭାଳିବା ସହ ଅପରାଧ ନିୟନ୍ତ୍ରଣ କରି ଆସୁଛନ୍ତି ବୋଲି କହିଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ଗଞ୍ଜାମ ପୋଲିସ ଜିଲ୍ଲାସ୍ତରୀୟ ୮୯ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ଏହା [...]

Admin•1 अप्रैल 2024
Share Article:

ଛତ୍ରପୁର: ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ହିଁ ପୋଲିସ ବାହିନୀର ପ୍ରଥମ ଧର୍ମ। ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହାକୁ ପାଳନ କରିବା ଉଚିତ। ପୋଲିସ ବାହିନୀ ନିଜକୁ ପଛରେ ପକାଇ ଏପରିକି ନିଜ ଜୀବନକୁ ବାଜି ଲଗାଇ ଆଇନଶୃଙ୍ଖଳା ସମ୍ଭାଳିବା ସହ ଅପରାଧ ନିୟନ୍ତ୍ରଣ କରି ଆସୁଛନ୍ତି ବୋଲି କହିଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ଗଞ୍ଜାମ ପୋଲିସ ଜିଲ୍ଲାସ୍ତରୀୟ ୮୯ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ଏହା କହିଛନ୍ତି ସେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ ସହ ରିଜର୍ଭ ଇନିସପେକ୍ଟର୍ ଅମୂଲ୍ୟ ନାୟକଙ୍କ ତତ୍ତ୍ଵାବଧାନରେ ହୋଇଥିବା ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ସେ। ଏଥିସହ‌ କର୍ତ୍ତବ୍ୟବୋଧ ଓ ସାହାସିକତା ନିମନ୍ତେ ୪ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। କୋଟିନଡ଼ା ଥାନା ଏସ୍ଆଇ ସତ୍ୟବ୍ରତ ସାହୁ, ରମ୍ଭା ଥାନା ହାବିଲଦାର ରାମଚନ୍ଦ୍ର ମୁଦୁଲି, ଜିଲ୍ଲା ପୋଲିସ ମୁଖ୍ୟାଳୟ କନଷ୍ଟେବଳ କାହ୍ନୁଚରଣ ପଣ୍ଡା ଓ ଏପିଆର୍ କନଷ୍ଟେବଳ ଶିଶିର କୁମାର ପ୍ରଧାନ ପୁରସ୍କାର ଗ୍ରହଣ କରିଥିଲେ।

#Odia#Odisha#News
Share Article:

Related Articles