ଅଢେ଼ଇ ପାଦ ଦୂରରେ ବିରାଜମାନ କରିଛନ୍ତି ସିରୁଳି ମହାବୀର
ପୁରୀରୁ ୩୩ କି.ମି ଦୂରରେ ସିରୁଳି ଗ୍ରାମରେ ଅବସ୍ଥିତ ସିରୁଳି ମହାବୀର ଓଡ଼ିଶାରେ ଥିବା ମୁଖ୍ୟ ହନୁମାନ ପୀଠ ମାନଙ୍କ ମଧ୍ୟ ରେ ଅନ୍ୟତମ । ଏଠାରେ ଅବସ୍ଥିତ ମହାବୀରଙ୍କ ବିଗ୍ରହ ପ୍ରାୟତଃ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଅଟେ। କିମ୍ବଦନ୍ତୀ କୁହେ ମହାବୀର ପ୍ରଥମେ ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ ମନ୍ଦିର ରେ ଥିଲେ । ରାତ୍ରି ସମୟ ରେ ମହାବୀରଙ୍କ ନିଶ୍ବାସର ଶବ୍ଦ (ଘୁଙ୍ଗୁଡ଼ି) ମହାଲକ୍ଷ୍ମୀଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କଳା ଓ ମା ଏହା [...]
ପୁରୀରୁ ୩୩ କି.ମି ଦୂରରେ ସିରୁଳି ଗ୍ରାମରେ ଅବସ୍ଥିତ ସିରୁଳି ମହାବୀର ଓଡ଼ିଶାରେ ଥିବା ମୁଖ୍ୟ ହନୁମାନ ପୀଠ ମାନଙ୍କ ମଧ୍ୟ ରେ ଅନ୍ୟତମ । ଏଠାରେ ଅବସ୍ଥିତ ମହାବୀରଙ୍କ ବିଗ୍ରହ ପ୍ରାୟତଃ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଅଟେ।
କିମ୍ବଦନ୍ତୀ କୁହେ ମହାବୀର ପ୍ରଥମେ ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ ମନ୍ଦିର ରେ ଥିଲେ । ରାତ୍ରି ସମୟ ରେ ମହାବୀରଙ୍କ ନିଶ୍ବାସର ଶବ୍ଦ (ଘୁଙ୍ଗୁଡ଼ି) ମହାଲକ୍ଷ୍ମୀଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କଳା ଓ ମା ଏହା ମହାପ୍ରଭୁ ଶ୍ରଜଗନ୍ନାଥଙ୍କଙ୍କ ନିକଟରେ ଅଭିଯୋଗ କଲେ । ମହାପ୍ରଭୁ ଏହାପରେ ହନୁମାନଙ୍କୁ ଡାକି କହିଲେ, ହେ ଭକ୍ତ ଶ୍ରେଷ୍ଠ! ଆପଣଙ୍କ ନିଶ୍ବାସ ଶବ୍ଦ ମହାଲକ୍ଷ୍ମୀଙ୍କ ନିଦ୍ରାରେ ବାଧା ଉପୂଜାଉଚି ତେଣୁ ତୁମେ ଶ୍ରୀମନ୍ଦିର ଠୁ କିଛି ଦୂରକୁ ଚାଲିଯାଅ । ଏହା ଶୁଣି ମହାବୀର ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ଏବଂ କହିଲେ, ହେ ପ୍ରଭୁ ତୁମ କୁ ଛାଡ଼ି ମୁଁ କୁଆଡ଼େ ଯିବି । ମତେ ଏପରି ଆଦେଶ ଦିଅ ନାହିଁ ହେ ମଣିମା । ଏହା ଶୁଣି ମହାପ୍ରଭୁ ହନୁମାନଙ୍କୁ ଅନୁରୋଧ କଲେ ତମେ ଶ୍ରୀ ମନ୍ଦିରଠୁ ଅଢେ଼ଇ ପାଦ ଦୂରରେ ରୁହ ଯେଉଁଠାରୁ ତୁମେ ମୋର ସ୍ୱୋରୁପ ନୀଳଚକ୍ରକୁ ପ୍ରତି ମୁହୁର୍ତ୍ତରେ ଦର୍ଶନ କରିପାରିବ ଓ ମହାଲକ୍ଷ୍ମୀଙ୍କ ନିଦ୍ରାରେ ବି ବ୍ୟାଘାତ ହେବ ନାହିଁ । ତତକ୍ଷଣାତ୍ ମହାବୀର ଶ୍ରୀମନ୍ଦିରଠୁ ଅଢେ଼ଇ ପାଦ ଦୂରକୁ ଚାଲିଗଲେ ଓ ସିରୁଳି ଠାରେ ବିରାଜମାନ କଲେ ।
ଯଦି ଆପଣ ସିରୁଳି ମହାବୀରଙ୍କ ବିଗ୍ରହକୁ ଲକ୍ଷ୍ୟ କରିବେ ଦେଖିବେ ତେବେ ଜାଣିପାରିବେ ମହାବୀରଙ୍କ ଗୋଟିଏ ନେତ୍ର ସର୍ବତ୍ର ନୀଳଚକ୍ରକୁ ଦେଖୁଥିବା ବେଳେ ଅନ୍ୟ ନେତ୍ର ଟି ବିପରୀତ ଡିଗ ଯାହାକି ଶ୍ରୀଲଙ୍କା ଆଡ଼କୁ ଅହରହ ଥାଏ । ଗୋଟିଏ ନେତ୍ର ରେ ସେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଅନ୍ୟ ନେତ୍ରରେ ସେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଇଥିବା ପ୍ରତିଜ୍ଞା ଯାହା କି ସେ ବିଭୀଷଣଙ୍କୁ ସର୍ବଦା ସୁରକ୍ଷା ଦେବାର ପାଳନ କରୁଛନ୍ତି । ମହାବୀରଙ୍କ ଏହିଭଳି ବିଗ୍ରହ ସମଗ୍ର ଭାରତ ବର୍ଷରେ ବିରଳ ।
ସିରୁଳି ମହାବୀରଙ୍କ ଅନ୍ୟ ଏକ ବିଚିତ୍ରତା ହେଉଛି ମହାବୀରଙ୍କ ଲାଙ୍ଗୁଳ । ଯାହା କି ମନ୍ଦିର ଠାରୁ ୧୬ କି.ମି ଦୂରରେ କାଣ୍ଡ ଗଦା ଗ୍ରାମରେ ବିଲ ମଧ୍ୟରେ ଦୃଷ୍ଟି ଗୋଚର ହୁଏ ।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleକଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
