न्यूज़रूम ओडिशा
ब्रेकिंग
ओडिया समाचार

ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ଠାବ

ମାଲକାନଗିରି – ନକ୍ସଲ ବିରୋଧୀ ଅଭିଯାନରେ ମାଲକାନଗିରି ଜିଲ୍ଲା ପୋଲିସକୁ ବଡ ସଫଳତା ମିଳିଛି। କାଲିମେଳା ଥାନା ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଉପ‌ସ୍ଥିତି ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଏସପି ନିତେଶ ୱଧୱାନୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଡିଭିଏଫ ଓ ଗୁଇନ୍ଦା ବିଭାଗର କର୍ମଚାରୀମାନେ ମିଳିତ ରୂପେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଜଙ୍ଗଲ ମଧ୍ୟରେ [...]

Admin•3 अप्रैल 2024
Share Article:

ମାଲକାନଗିରି – ନକ୍ସଲ ବିରୋଧୀ ଅଭିଯାନରେ ମାଲକାନଗିରି ଜିଲ୍ଲା ପୋଲିସକୁ ବଡ ସଫଳତା ମିଳିଛି। କାଲିମେଳା ଥାନା ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଉପ‌ସ୍ଥିତି ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଏସପି ନିତେଶ ୱଧୱାନୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଡିଭିଏଫ ଓ ଗୁଇନ୍ଦା ବିଭାଗର କର୍ମଚାରୀମାନେ ମିଳିତ ରୂପେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଦ୍ଵାରା ମାଟି ତଳେ ଲୁଚାଇ ରଖାଯାଇଥିବା ବିପୁଳ ବିସ୍ପୋରକ ଓ ଅନ୍ୟ ମାଓ ସାମଗ୍ରୀ ଯବାନମାନେ ଠାବ କରିଥିଲେ । ୧୯୦ଟି ଜିଲେଟିନ ଷ୍ଟିକ, ୨୦କେଜି ଓଜନର ଗୋଟିଏ ଆଇଇଡି , ୭କେଜି ଓଜନର ୫ଟି ଆଇଡି ବୋମା, ୫କେଜି, ୪କେଜି, ୨କେଜି ଓଜନର ଗୋଟିଏ ଲେଖାଏଁ ଆଇଡି ବୋମା, ୩କେଜି ଓଜନର ୩ଟି ଆଇଡି ବୋମା ସହ କିଛି ମାଓ ସାମଗ୍ରୀ ଜବତ ହୋଇଛି ।ଏହାପରେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନକୁ ଆହୁରି ଅଧିକ ଜୋରଦାର କରାଯାଇଛି ।

#Odia#Odisha#News
Share Article:

Related Articles