न्यूज़रूम ओडिशा
ब्रेकिंग
ओडिया समाचार

ଫୋର୍ବସ୍ ଧନୀ ତାଲିକାର ଟପ୍ -୧୦ରେ ମୁକେଶ ଅମ୍ବାନୀ, ଆଦାନୀ ୧୭ତମ ସ୍ଥାନରେ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ମୁଖ୍ୟ ମୁକେଶ ଅମ୍ବାନୀ ସବୁଠାରୁ ଧନୀ ଭାରତୀୟ ଭାବେ ମାନ୍ୟତା ବଜାୟ ରଖିଛନ୍ତି । ବିଶ୍ବର ଧନୀ ବ୍ୟକ୍ତିଙ୍କୁ ନେଇ ପ୍ରସ୍ତୁତ ଫୋର୍ବସ୍ ତାଲିକାରେ ଅମ୍ବାନୀ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାର ନବମ ସ୍ଥାନରେ ରହିଛନ୍ତି। ଫୋର୍ବସ୍ ଅନୁଯାୟୀ, ୬୬ ବର୍ଷୀୟ ଅମ୍ବାନୀଙ୍କ ସମ୍ପତ୍ତି ୧୧୬ ବିଲିୟନ ଡଲାର। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୮୩.୪ ବିଲିୟନ ଡ଼ଲାର୍ | [...]

Admin•4 अप्रैल 2024
Share Article:

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ମୁଖ୍ୟ ମୁକେଶ ଅମ୍ବାନୀ ସବୁଠାରୁ ଧନୀ ଭାରତୀୟ ଭାବେ ମାନ୍ୟତା ବଜାୟ ରଖିଛନ୍ତି । ବିଶ୍ବର ଧନୀ ବ୍ୟକ୍ତିଙ୍କୁ ନେଇ ପ୍ରସ୍ତୁତ ଫୋର୍ବସ୍ ତାଲିକାରେ ଅମ୍ବାନୀ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାର ନବମ ସ୍ଥାନରେ ରହିଛନ୍ତି।

ଫୋର୍ବସ୍ ଅନୁଯାୟୀ, ୬୬ ବର୍ଷୀୟ ଅମ୍ବାନୀଙ୍କ ସମ୍ପତ୍ତି ୧୧୬ ବିଲିୟନ ଡଲାର। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୮୩.୪ ବିଲିୟନ ଡ଼ଲାର୍ |

ଅମ୍ବାନୀଙ୍କ ପରେ ଆଦାନୀ ହେଉଛନ୍ତି ଭାରତର ସବୁଠୁ ଦ୍ୱିତୀୟ ଧନୀ ବ୍ୟକ୍ତି । ସେ ବିଶ୍ୱ ତାଲିକାରେ ୧୭ତମ ସ୍ଥାନରେ ଅଛନ୍ତି। ତାଙ୍କର ସମ୍ପତ୍ତି ମୂଲ୍ୟ ହେଉଛି ୮୪ ବିଲିୟନ ଡଲାର | ୨୦୨୩ ମସିହାରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀଙ୍କ ସମ୍ପତ୍ତି ଏକଦା ୯୦ ବିଲିୟନ ଡ଼ଲାରରୁ ୪୭.୨ ବିଲିୟନ ଡ଼ଲାରକୁ ଖସି ଆସିଥିଲା। ଆଦାନୀ ଗ୍ରୁପ୍ କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା ।

ଫୋର୍ବସ୍ ୨୦୨୪ ଧନୀ ତାଲିକାରେ ୨,୭୮୧ ଜଣଙ୍କୁ ସାମିଲ କରାଯାଇଛି | ଗତ ବର୍ଷ ତୁଳନାରେ ଏଥିରେ ୧୪୧ ଅଧିକ ବ୍ଯକ୍ତି ଅଛନ୍ତି।

ଏହି ତାଲିକା ଅନୁଯାୟୀ, ବିଶ୍ୱର ଧନୀ ବ୍ୟକ୍ତିମାନେ ଏବେ ଅଧିକ ଧନୀ ହୋଇଛନ୍ତି | ସେମାନଙ୍କର ମୋଟ ସମ୍ପତ୍ତି ହେଉଛି ୧୪.୨ ଟ୍ରିଲିୟନ ଡଲାର, ଯାହା ୨୦୨୩ ଅପେକ୍ଷା ୨ ଟ୍ରିଲିୟନ ଡଲାର ଅଧିକ |

ତାଲିକାରେ ସାମିଲ ଦୁଇ-ତୃତୀୟାଂଶ ଧନୀଙ୍କ ସମ୍ପତ୍ତି ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି | ଅନ୍ୟପକ୍ଷରେ ଏକ ଚତୁର୍ଥାଂଶ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ହ୍ରାସ ପାଇଛି |

ଫ୍ୟାଶନ୍ ଏବଂ କସମେଟିକ୍ସ କ୍ଷେତ୍ରରେ ଅଗ୍ରଣୀ‌ କମ୍ପାନୀ ‘ଏଲଭିଏମ୍ଏଚ୍’ ର ବର୍ନାର୍ଡ ଆର୍ନାଲ୍ଟ ୨୩୩ ବିଲିୟନ ଡ଼ଲାର୍ ସମ୍ପତ୍ତି ସହ ଫୋର୍ବସ୍ ତାଲିକାର ଶୀର୍ଷରେ ଅଛନ୍ତି | ତାଙ୍କ ପରେ ୧୯୫ ବିଲିୟନ ଡଲାର ସହିତ ଏଲନ ମସ୍କ ଏବଂ ୧୯୪ ବିଲିୟନ ଡଲାରର ସମ୍ପତ୍ତି ସହ ଆମାଜନ ମାଲିକ ଜେଫ ବେଜୋସ ରହିଛନ୍ତି। ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କର ୧୭୭ ବିଲିୟନ ଡ଼ଲାର ମୂଲ୍ୟର ସମ୍ପତ୍ତି ଅଛି |

ବିଶ୍ବ ଧନୀ ତାଲିକାରେ ସାମିଲ ଅନ୍ୟ ଭାରତୀୟଙ୍କ ମଧ୍ୟରେ ଆଇଟି ଜାଏଣ୍ଟ ଏବଂ ଏଚସିଏଲ୍ ସହପ୍ରତିଷ୍ଠାତା ଶିବ ନାଡାର ୩୯ ତମ ସ୍ଥାନରେ ଅଛନ୍ତି, ଯାହଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୩୬.୯ ବିଲିୟନ ଡଲାର । ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ ଏବଂ ପରିବାର ୩୩.୫ ବିଲିୟନ ଡ଼ଲାର ସହ ୪୬ ତମ ସ୍ଥାନରେ ରହିଛନ୍ତି । ସନ୍ ଫାର୍ମାର ଦିଲୀପ ସାଂଗଭି ୨୬.୭ ବିଲିୟନ ଡ଼ଲାର୍ ସହିତ ୬୯ତମ ସ୍ଥାନରେ ଅଛନ୍ତି । ଟିକା ନିର୍ମାତା ସାଇରସ୍ ପୁନାୱାଲା ୨୧.୩ ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ୯୦ ତମ ସ୍ଥାନ, ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ୍ ସିଂ ୨୦.୯ ବିଲିୟନ ଡ଼ଲାର୍ ସମ୍ପତ୍ତି ସହ ୯୨ ତମ ସ୍ଥାନରେ ଅଛନ୍ତି।

#Odia#Odisha#News
Share Article:

Related Articles