‘ମୁଖ୍ୟମନ୍ତ୍ରୀ ଏକ ଅସୀମିତ ପ୍ରେରଣା’
ଭୁବନେଶ୍ୱର – ବର୍ତ୍ତମାନ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ । ଖୁବ୍ ଶୀଘ୍ର ରାଜ୍ୟରେ ସାଧାରଣ ନିର୍ବାଚନ ସହ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ସବୁ ନେତା ନିର୍ବାଚନୀ ଅଙ୍କକଷାରେ ବ୍ୟସ୍ତ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ। ନିର୍ବାଚନୀ ତାତି ବଢୁଥିଲେ ମଧ୍ୟ କର୍ମଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୈାଣସି ଫରକ ପଡୁନାହିଁ। ସ୍ୱାଭାବିକ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିଜ କାର୍ଯ୍ୟ କରିଚାଲିଛନ୍ତି ନବୀନ। ରାଜ୍ୟରେ [...]
ଭୁବନେଶ୍ୱର – ବର୍ତ୍ତମାନ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ । ଖୁବ୍ ଶୀଘ୍ର ରାଜ୍ୟରେ ସାଧାରଣ ନିର୍ବାଚନ ସହ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ସବୁ ନେତା ନିର୍ବାଚନୀ ଅଙ୍କକଷାରେ ବ୍ୟସ୍ତ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ। ନିର୍ବାଚନୀ ତାତି ବଢୁଥିଲେ ମଧ୍ୟ କର୍ମଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୈାଣସି ଫରକ ପଡୁନାହିଁ। ସ୍ୱାଭାବିକ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିଜ କାର୍ଯ୍ୟ କରିଚାଲିଛନ୍ତି ନବୀନ। ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ଅହରହ ନଜର ରଖି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ। କର୍ମଠ ଓ କାର୍ଯ୍ୟ ବ୍ୟସ୍ତ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ସେୟାର କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପର ନେଇ ଲୋକଙ୍କ ସହ ନବୀନ କଥାବାର୍ତ୍ତା କରୁଥିବାର ଦୃଶ୍ୟ ଏହି ଭିଡିଓରେ ରହିଛି। ହାଇସ୍କୁଲ ରୂପାନ୍ତରଣ ସମ୍ପର୍କିତ ପ୍ରକଳ୍ପର ସ୍ଥିତି ସହ ମନ୍ଦିର ରୂପାନ୍ତରଣ ଆଦି କାର୍ଯ୍ୟ ସହ ଲୋକେ ଖୁସି ଅଛନ୍ତି ନା ନାହିଁ, ତାହା ମୁଖ୍ୟମନ୍ତ୍ରୀ ପଚାରୁଥିବା ଦୃଶ୍ୟ ଭିଡିଓରେ ରହିଛି।
View this post on Instagram
କର୍ମଠ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଜଣେ ଅସୀମିତ ପ୍ରେରଣାର ଉତ୍ସ ବୋଲି ଭିଡିଓ ସେୟାର କରି ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନବୀନ ପଟ୍ଟନାୟକଙ୍କୁ ଜଣେ ମହାନ୍ ଷ୍ଟେଟ ମ୍ୟାନ ଭାବେ ଅଭିହିତ କରିଛନ୍ତି ପାଣ୍ଡିଆନ । ତାଙ୍କ ନମ୍ର ସ୍ୱଭାବ , ପ୍ରତିଶ୍ରୁତିବଦ୍ଧତା , ନିଷ୍ଠା ଓ ଓଡ଼ିଶା ପ୍ରତି ଭଲ ପାଇବା ଅଦ୍ୱିତୀୟ ବୋଲି ସେ ଉଲ୍ଲେଖ କରିଛନ୍ତି। ଭଲ କାମ ପାଇଁ ସର୍ବଦା ସକାରାତ୍ମକ ଶକ୍ତି ରହିଛି । ଆଉ ଏକ ନବୀନ ଓଡ଼ିଶା ପାଇଁ ଏହା ସବୁବେଳେ ଉପଲବ୍ଧ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରି କହିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ।
କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
Next Articleଆକାଶରୁ ଅଗ୍ନିବର୍ଷା : ସାଢେ ୧୧ଟା ସୁଦ୍ଧା ୮ଟି ସହରର ତାପମାତ୍ରା ୩୬ ପାର, ୩୯.୮ ସହ ଭୁବନେଶ୍ୱର ଉତ୍ତପ୍ତ ସହର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
