न्यूज़रूम ओडिशा
ब्रेकिंग
ओडिया समाचार

ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ସବୁ ବ୍ୟବସ୍ଥା କରିବାକୁ ୫ ମହାନଗର ନିଗମ କମିଶନରଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ୫ଟି ମହାନଗର ନିଗମରେ ସାଧାରଣ ଲୋକଙ୍କ ପାଇଁ ଜଳଛତ୍ର ଆଦି ବ୍ୟବସ୍ଥା କରିବାକୁ ସବୁ କମିଶନରଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଛକରେ ବସ୍ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ କି ପାନୀୟ ଜଳ ବ୍ୟବସ୍ଥା ନଥିବା ଏସ ଆରସିଙ୍କ ଦୃଷ୍ଟିକୁ ଅଣାଯାଇଛି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ତେଣୁ [...]

Admin•5 अप्रैल 2024
Share Article:

ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ୫ଟି ମହାନଗର ନିଗମରେ ସାଧାରଣ ଲୋକଙ୍କ ପାଇଁ ଜଳଛତ୍ର ଆଦି ବ୍ୟବସ୍ଥା କରିବାକୁ ସବୁ କମିଶନରଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଛକରେ ବସ୍ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ କି ପାନୀୟ ଜଳ ବ୍ୟବସ୍ଥା ନଥିବା ଏସ ଆରସିଙ୍କ ଦୃଷ୍ଟିକୁ ଅଣାଯାଇଛି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବାକୁ ୫ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

#Odia#Odisha#News
Share Article:

Related Articles