न्यूज़रूम ओडिशा
ब्रेकिंग
ओडिया समाचार

ସାରା ରାଜ୍ୟରେ ପାରଦ ତଳମୁହାଁ

ଭୁବନେଶ୍ୱର – ସାରାରାଜ୍ୟରେ ଆଜି ତାପମାତ୍ରା ହ୍ରାସ ପାଇଛି। ଲଗାତର ୪-୫ ଦିନ ପରେ ଅସହ୍ୟ ତାତିରୁ ମିଳିଛି ଆଶ୍ୱସ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟର ସବୁ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହିଥିଲା ।ଚାନ୍ଦବାଲିରେ ସର୍ବାଧିକ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାରାଦୀପରେ ୩୩.୬, ପୁରୀରେ ୩୩.୪, ବାଲେଶ୍ବରରେ ୩୨.୪, ଗୋପାଳପୁରରେ ୩୩.୨, ଭୁବନେଶ୍ବରରେ ୩୨.୮, କେନ୍ଦୁଝରରେ ୨୫.୬ ଓ ରାଉରକେଲାରେ ୨୨.୪ [...]

Admin•8 अप्रैल 2024
Share Article:

ଭୁବନେଶ୍ୱର – ସାରାରାଜ୍ୟରେ ଆଜି ତାପମାତ୍ରା ହ୍ରାସ ପାଇଛି। ଲଗାତର ୪-୫ ଦିନ ପରେ ଅସହ୍ୟ ତାତିରୁ ମିଳିଛି ଆଶ୍ୱସ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟର ସବୁ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହିଥିଲା ।ଚାନ୍ଦବାଲିରେ ସର୍ବାଧିକ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାରାଦୀପରେ ୩୩.୬, ପୁରୀରେ ୩୩.୪, ବାଲେଶ୍ବରରେ ୩୨.୪, ଗୋପାଳପୁରରେ ୩୩.୨, ଭୁବନେଶ୍ବରରେ ୩୨.୮, କେନ୍ଦୁଝରରେ ୨୫.୬ ଓ ରାଉରକେଲାରେ ୨୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ମଧ୍ୟ କେତେକ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପବନ ହେବା ସମ୍ଭାବନା ରହିଛି। ତେଣୁ ତାପମାତ୍ରା ସ୍ୱାଭାବିକଠାରୁ ଯଥେଷ୍ଟ ହ୍ରାସ ପାଇବା ଅନୁମାନ କରାଯାଉଛି।

#Odia#Odisha#News
Share Article:

Related Articles