न्यूज़रूम ओडिशा
ब्रेकिंग
ओडिया समाचार

ଓଡ଼ିଶା ପାଇଁ କଂଗ୍ରେସର ୫୯ ଜଣିଆ ନିର୍ବାଚନ ପ୍ରଚାର କମିଟି ଗଠିତ

ଭୁବନେଶ୍ବର – ଆଗାମୀ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ଘୋଷଣା କରାଯାଇଛି। ଭକ୍ତଚରଣ ଦାସ କମିଟିର ଅଧ୍ୟକ୍ଷ ରହିଛନ୍ତି । ଏଆଇସିସି ପକ୍ଷରୁ ଆଜି ଏ ନେଇ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ପ୍ରଚାର କମିଟିର ଉପାଧ୍ୟକ୍ଷ ଅଛନ୍ତି ନବଜ୍ୟୋତି ପଟ୍ଟନାୟକ ଓ ଆବାହକ ଅଛନ୍ତି ସୁଧାଂଶୁ ଶେଖର ଦେଓ । କମିଟିର ସଦସ୍ୟ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, କାହ୍ନୁଚରଣ [...]

Admin•10 अप्रैल 2024
Share Article:
ଓଡ଼ିଶା ପାଇଁ କଂଗ୍ରେସର ୫୯ ଜଣିଆ ନିର୍ବାଚନ ପ୍ରଚାର କମିଟି ଗଠିତ

ଭୁବନେଶ୍ବର – ଆଗାମୀ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ଘୋଷଣା କରାଯାଇଛି। ଭକ୍ତଚରଣ ଦାସ କମିଟିର ଅଧ୍ୟକ୍ଷ ରହିଛନ୍ତି । ଏଆଇସିସି ପକ୍ଷରୁ ଆଜି ଏ ନେଇ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ପ୍ରଚାର କମିଟିର ଉପାଧ୍ୟକ୍ଷ ଅଛନ୍ତି ନବଜ୍ୟୋତି ପଟ୍ଟନାୟକ ଓ ଆବାହକ ଅଛନ୍ତି ସୁଧାଂଶୁ ଶେଖର ଦେଓ । କମିଟିର ସଦସ୍ୟ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, କାହ୍ନୁଚରଣ ଲେଙ୍କା, କେ.ପି ସିଂହଦେଓ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁଶୀଳା ତିରିଆ, ପଂଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ଦେବାଶୀଷ ପଟ୍ଟନାୟକ, ପଦ୍ମାକର ଗୁରୁ, କୃଷ୍ଣଚଦ୍ର ଶଗରିଆ, ଶରତ ରାଉତ, ହମିଦ୍ ହୁସେନ, ଜଗନ୍ନାଥ ପଟ୍ଟନାୟକ, ସପ୍ତଗିରି ଉଲାକା, ହଳଧର କାର୍ଜି ପ୍ରମୁଖ ରହିଛନ୍ତି। ଦଳକୁ ଫେରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ମଧ୍ୟ ପ୍ରଚାର କମିଟି ସଦସ୍ୟ ଭାବେ ସାମିଲ କରାଯାଇଛି।

#Odia#Odisha#News
Share Article:

Related Articles