न्यूज़रूम ओडिशा
ब्रेकिंग
ओडिया समाचार

ବାଲେଶ୍ୱର ଲୋକସଭା ଆସନରୁ ଲେଖାଶ୍ରୀ ବିଜେଡିର ପ୍ରାର୍ଥୀ

ଭୁବନେଶ୍ୱର – ବେଶ୍ କିଛି ଦିନର ପ୍ରତୀକ୍ଷା ପରେ ବାଲେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ଲେଖାଶ୍ରୀଙ୍କ ନାମ ଘୋଷଣା କରିଛନ୍ତି। କିଛି ଦିନ ତଳେ ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ବାଲେଶ୍ୱର ଆସନରେ ପ୍ରାର୍ଥୀ ଘୋଷଣା ସହ ସମସ୍ତ ୨୧ଟି ଲୋକସଭା ଆସନରେ [...]

Admin•11 अप्रैल 2024
Share Article:

ଭୁବନେଶ୍ୱର – ବେଶ୍ କିଛି ଦିନର ପ୍ରତୀକ୍ଷା ପରେ ବାଲେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ଲେଖାଶ୍ରୀଙ୍କ ନାମ ଘୋଷଣା କରିଛନ୍ତି। କିଛି ଦିନ ତଳେ ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ।

ବାଲେଶ୍ୱର ଆସନରେ ପ୍ରାର୍ଥୀ ଘୋଷଣା ସହ ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପୂର୍ବରୁ ବିଜେଡି ଗୋଟିଏ ଦିନରେ ଦୁଇଟି ପର୍ଯ୍ୟାୟରେ ୧୫ଟି ଓ ପରେ ୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ।

#Odia#Odisha#News
Share Article:

Related Articles