न्यूज़रूम ओडिशा
ब्रेकिंग
ओडिया समाचार

ନିର୍ବାଚନ ୨୦୨୪ : ପଶ୍ଚିମବଙ୍ଗ ପୋଲିସ ସହ ଓଡ଼ିଶା ପୋଲିସର ସମନ୍ଵୟ ବୈଠକ

କଟକ – ରାଜ୍ୟରେ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆଭାସି ଜରିଆରେ ଓଡ଼ିଶା ପୋଲିସ ଓ ପଶ୍ଚିମବଙ୍ଗର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଏକ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମା ପଶ୍ଚିମବଙ୍ଗ ସହିତ ଲାଗି ରହିଥିବାରୁ ଏହି ଦୁଇ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ନିର୍ବାଚନ ପରିଚାଳନା କରାଯିବା ନେଇ ସହଯୋଗ ଉପରେ ଆଲୋଚନା ହୋଇଥିଲା। ସୀମାନ୍ତ ଜିଲ୍ଲାଗୁଡିକରେ [...]

Admin•12 अप्रैल 2024
Share Article:

କଟକ – ରାଜ୍ୟରେ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆଭାସି ଜରିଆରେ ଓଡ଼ିଶା ପୋଲିସ ଓ ପଶ୍ଚିମବଙ୍ଗର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଏକ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମା ପଶ୍ଚିମବଙ୍ଗ ସହିତ ଲାଗି ରହିଥିବାରୁ ଏହି ଦୁଇ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ନିର୍ବାଚନ ପରିଚାଳନା କରାଯିବା ନେଇ ସହଯୋଗ ଉପରେ ଆଲୋଚନା ହୋଇଥିଲା।

ସୀମାନ୍ତ ଜିଲ୍ଲାଗୁଡିକରେ ସୀମା ତନଖି ଫାଟକରେ କଡାକଡି ଯାଞ୍ଚ, ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ ମାରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର ଉପରେ ରୋକ ଲଗାଯିବା ଉପରେ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଉଭୟ ରାଜ୍ୟର ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରାଯିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ମାଦକ ଦ୍ରବ୍ୟ ଚୋରା ଚାଲାଣର ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ ଓ ନିର୍ବାଚନ ସମ୍ପର୍କିତ ହିଂସାକୁ ରୋକିବାକୁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ବୈଠକରେ ଓଡ଼ିଶା ଡିଜିପି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ଅତିରିକ୍ତ ଡିଜିପି (ମୁଖ୍ୟାଳୟ), ଗୁଇନ୍ଦା ନିଦ୍ଦେର୍ଶକ ଆର. କେ. ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଦୟାଲ ଗଙ୍ଗୱାର, ଆଇ.ଜି.ପି (ପ୍ରୋଭିଜନିଙ୍ଗ) ୟତିନ୍ଦ୍ର କୋୟଲ, ଆଇ.ଜି.ପି (କାର୍ମିକ) ଏସ. ପ୍ରବୀଣ କୁମାର, ଆଇ.ଜି.ପି (ଗୁଇନ୍ଦା) ଅନୁପ ସାହୁଙ୍କ ସମେତ ଉତ୍ତରାଞ୍ଚଳ ରେଞ୍ଜର ଆଇ.ଜି ଦୀପକ କୁମାର ଏବଂ ସୀମାନ୍ତ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ଏସପି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ପଶ୍ଚିମବଙ୍ଗ ପକ୍ଷରୁ ଡିଜିପି ସଞ୍ଜୟ ମୁଖାର୍ଜୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସୀମାନ୍ତ ଜିଲ୍ଲା ଗୁଡିକର ଏସପି ମାନେ ବୈଠକରେ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles