ମଣ୍ଡିରେ କଙ୍ଗନାଙ୍କୁ ଟକ୍କର ଦେବେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରନାଓ୍ବତଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ କରିଛି । କଙ୍ଗନାଙ୍କ ବିରୋଧରେ ବିକ୍ରମାଦିତ୍ୟ ସିଂହ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବେ। ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ବିକ୍ରମାଦିତ୍ୟଙ୍କ ମାଆ ପ୍ରତିଭା ସିଂହ ଏନେଇ ସ୍ପଷ୍ଟ କରିଛନ୍ତି। ମଣ୍ଡି ଆସନରୁ ବିକ୍ରମାଦିତ୍ୟ ସିଂହ କଂଗ୍ରେସର ପ୍ରାର୍ଥୀ ହେବେ ବୋଲି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ସଙ୍କେତ ଦେଇଛନ୍ତି। [...]
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରନାଓ୍ବତଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ କରିଛି । କଙ୍ଗନାଙ୍କ ବିରୋଧରେ ବିକ୍ରମାଦିତ୍ୟ ସିଂହ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବେ। ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ବିକ୍ରମାଦିତ୍ୟଙ୍କ ମାଆ ପ୍ରତିଭା ସିଂହ ଏନେଇ ସ୍ପଷ୍ଟ କରିଛନ୍ତି।
ମଣ୍ଡି ଆସନରୁ ବିକ୍ରମାଦିତ୍ୟ ସିଂହ କଂଗ୍ରେସର ପ୍ରାର୍ଥୀ ହେବେ ବୋଲି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ସଙ୍କେତ ଦେଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ସିଇସି ବୈଠକରେ ବିକ୍ରମାଦିତ୍ୟ ସିଂହଙ୍କ ନାମ ଆଲୋଚନା ହୋଇଥିବା ମଧ୍ୟ କୁହାଯାଉଛି। ସମ୍ପ୍ରତି ପ୍ରତିଭା ସିଂହ ଏହି ଆସନରୁ ସାଂସଦ ଅଛନ୍ତି।
ପ୍ରତିଭା ସିଂହ କହିଛନ୍ତି, କଙ୍ଗନା କ’ଣ କରୁଛନ୍ତି କି ନ କହୁଛନ୍ତି ସେନେଇ ଆମର କିଛି ଯାଏ ଆସେ ନାହିଁ। ମଣ୍ଡିର ଲୋକମାନେ ସର୍ବଦା ଆମୃ ସହ ରହି ଆସିଛନ୍ତି | ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୁଁ ଏହି ଆସନ ଜିତିଛି | ପ୍ରତିଭା ସିଂହ ତାଙ୍କ ପୁଅ ପାଇଁ ଏହି ଆସନ ଛାଡ଼ିଦେବେ ବୋଲି କହିଛନ୍ତିି। ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତିି ପ୍ରତିଭା।
ନିକଟରେ ରାଜ୍ୟସଭା ନିର୍ବାଚନ ବେଳେ ହିମାଚଳ ପ୍ରଦେଶ କଂଗ୍ରେସରେ ସୃଷ୍ଟି ହୋଇଥିବା ସଙ୍କଟର କେନ୍ଦ୍ରରେ ଥିଲେ ବିକ୍ରମାଦିତ୍ୟ ସିଂହ । ଏପରିକି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ହେଲେ ଦଳୀୟ ନେତୃତ୍ବ ବୁଝାସୁଝା କରିବା ପରେ ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଥିଲେ। ମଣ୍ଡିରୁ ବିକ୍ରମାଦିତ୍ୟଙ୍କୁ ପ୍ରାର୍ଥୀ କରି ଦଳ ଭିତରେ ଚାଲିଥିବା ଗୋଷ୍ଠୀ ବିବାଦର ସମାଧାନ କରିବାରେ ମଧ୍ୟ କଂଗ୍ରେସ ପାଇଁ ସହାୟକ ହୋଇପାରେ।
ବିକ୍ରମାଦିତ୍ୟ ସିଂହ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବୀରଭଦ୍ର ସିଂହଙ୍କ ପୁଅ । ତାଙ୍କ ମାଆ ପ୍ରତିଭା ସିଂହ ମଧ୍ୟ ରାଜ୍ୟ କଂଗ୍ରେସର ମୁଖ୍ୟ ଅଛନ୍ତି। ବିକ୍ରମାଦିତ୍ୟ ସିମଲା ଗ୍ରାମୀଣ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦ୍ୱିତୀୟ ଥର ବିଧାୟକ ହୋଇଛନ୍ତି। ୨୦୧୩ରେ ରାଜନୀତିରେ ପ୍ରବେଶ କରିଥିବା ବିକ୍ରମାଦିତ୍ୟ ୨୦୧୩ ରୁ ୨୦୧୭ ମଧ୍ୟରେ ହିମାଚଳ ଯୁବ କଂଗ୍ରେସର ସଭାପତି ଥିଲେ। ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ଲୋକସମ୍ପର୍କ ମନ୍ତ୍ରୀ ଅଛନ୍ତି।
ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ବିବାଦୀୟ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପ୍ରାର୍ଥୀ କରିଛି । ସେ ବର୍ତ୍ତମାନ ମଣ୍ଡିରେ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି।
Paan, Gutkha to Be Banned in Maa Samalei Temple Premises from Tomorrow
Next Articleଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
