न्यूज़रूम ओडिशा
ब्रेकिंग
ओडिया समाचार

ଆଜିଠୁ ସମଲେଶ୍ବରୀ ମନ୍ଦିର ପରିସରରେ ପାନ, ଗୁଟକା ମନା

ସମ୍ବଲପୁର – ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପରେ ମା’ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ମଧ୍ୟ ପାନ, ଗୁଟକା ବ୍ୟବହାର ଉପରେ କଟକଣା ଲାଗିଛି । ଆଜିଠାରୁ ମା’ ସମଲେଶ୍ବରୀଙ୍କ ପୀଠ ପରିସରରେ ପାନ ଗୁଟକା ବ୍ୟବହାର ଉପରେ ରୋକ୍ ଲାଗିଛି ।ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ମନ୍ଦିର ପରିସର ଭିତରକୁ ନଆଣିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ ନମାନିଲେ କାର୍ଯ୍ୟାନୁଷ୍ଠାନ [...]

Admin•14 अप्रैल 2024
Share Article:

ସମ୍ବଲପୁର – ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପରେ ମା’ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ମଧ୍ୟ ପାନ, ଗୁଟକା ବ୍ୟବହାର ଉପରେ କଟକଣା ଲାଗିଛି । ଆଜିଠାରୁ ମା’ ସମଲେଶ୍ବରୀଙ୍କ ପୀଠ ପରିସରରେ ପାନ ଗୁଟକା ବ୍ୟବହାର ଉପରେ ରୋକ୍ ଲାଗିଛି ।ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ମନ୍ଦିର ପରିସର ଭିତରକୁ ନଆଣିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏଥିସହିତ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ପରିସରରେ ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି।

#Odia#Odisha#News
Share Article:

Related Articles