न्यूज़रूम ओडिशा
ब्रेकिंग
ओडिया समाचार

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୭୨ ଜଣିଆ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ୩ଟି ଆସନରେ ପ୍ରାର୍ଥୀ ବଦଳାଇଛି ଦଳ । ଘୋଷିତ ତାଲିକା ଅନୁସାରେ ଜୟଦେବ ଆସନରୁ ଜୟନ୍ତ କୁମାର ଭୋଇ, ଏକାମ୍ର ଭୁବନେଶ୍ବରରୁ ପ୍ରଶାନ୍ତ କୁମାର ଚମ୍ପତି, ଜଟଣୀରୁ ସନ୍ତୋଷ ଜେନା, ବେଗୁନିଆରୁ ପୃଥ୍ବୀବଲ୍ଲଭ ପଟ୍ଟନାୟକ, ରଣପୁରରୁ ବିଭୁପ୍ରସାଦ ମିଶ୍ର, ନୟାଗଡ଼ରୁ ରଞ୍ଜିତ ଦାସ ପ୍ରାର୍ଥୀ ହେବେ । କବିସୂର୍ଯ୍ୟନଗରରୁ ବିପିନ ବିହାରୀ ସ୍ବାଇଁ, ଖଲ୍ଲିକୋଟରୁ ଚିତ୍ରସେନ [...]

Admin•14 अप्रैल 2024
Share Article:

ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୭୨ ଜଣିଆ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ୩ଟି ଆସନରେ ପ୍ରାର୍ଥୀ ବଦଳାଇଛି ଦଳ ।

ଘୋଷିତ ତାଲିକା ଅନୁସାରେ ଜୟଦେବ ଆସନରୁ ଜୟନ୍ତ କୁମାର ଭୋଇ, ଏକାମ୍ର ଭୁବନେଶ୍ବରରୁ ପ୍ରଶାନ୍ତ କୁମାର ଚମ୍ପତି, ଜଟଣୀରୁ ସନ୍ତୋଷ ଜେନା, ବେଗୁନିଆରୁ ପୃଥ୍ବୀବଲ୍ଲଭ ପଟ୍ଟନାୟକ, ରଣପୁରରୁ ବିଭୁପ୍ରସାଦ ମିଶ୍ର, ନୟାଗଡ଼ରୁ ରଞ୍ଜିତ ଦାସ ପ୍ରାର୍ଥୀ ହେବେ ।

କବିସୂର୍ଯ୍ୟନଗରରୁ ବିପିନ ବିହାରୀ ସ୍ବାଇଁ, ଖଲ୍ଲିକୋଟରୁ ଚିତ୍ରସେନ ବେହେରା, ଆସ୍କାରୁ ସୁରଭି ବିଷୋୟୀ ହିଞ୍ଜିଳିରୁ ରଜନୀକାନ୍ତ ପାଢ଼ୀ, ବ୍ରହ୍ମପୁରରୁ ଦୀପକ ପଟ୍ଟନାୟକ ଦିଗପହଣ୍ଡିରୁ ଶ୍ରୀଧର ଦେବ ପ୍ରତିଦ୍ବନ୍ଦ୍ବିତା କରିବେ।

ଅତାବିରାରୁ ଅଭିଷେକ ସେଠ, ତଳସରାରୁ ଦେବେନ୍ଦ୍ର ଭିତରିଆ, କୁଚିଣ୍ଡାରୁ କେଦାରନାଥ ବରିହା, ରେଙ୍ଗାଲିରୁ ଦିଲୀପ କୁମାର ଦୁରିଆ, ସମ୍ବଲପୁରରୁ ଦୁର୍ଗାପ୍ରସାଦ ପାଢ଼ୀ, ରେଢ଼ାଖୋଲରୁ ଆସଫ ଅଲ୍ଲୀ ଖାନ, ଦେବଗଡ଼ରୁ ସେମ୍ ହେମ୍ବ୍ରମ୍ ତେଲକୋଇରୁ ନିର୍ମଳ ଚନ୍ଦ୍ର ନାଏକ, ଘଷିପୁରାରୁ ସୁବ୍ରତ ଚକ୍ର, ଆନନ୍ଦପୁରରୁ ଜୟଦେବ ଜେନା ନିର୍ବାଚନ ଲଢ଼ିବେ।

ପାଟଣାରୁ ହୃଷିକେଶ ନାଏକ, କେନ୍ଦୁଝରରୁ ପ୍ରତିଭା ମଞ୍ଜରୀ ନାୟକ, ଚମ୍ପୁଆରୁ ଯଶୋବନ୍ଦ ଲାଗୁରି, ଯଶିପୁରରୁ ଶ୍ବେତା ଛତର, ସାରସକଣାରୁ ରାମକୁମାର ସୋରେନ, ରାଇରଙ୍ଗପୁରରୁ ଯୋଗେନ୍ଦ୍ର ବଅଁର, ବାଙ୍ଗିରିପୋଷିରୁ ମୁରଲୀଧର ନାଏକ
କରଞ୍ଜିଆରୁ ଲକ୍ଷ୍ମୀଧର ସିଂ, ଉଦଳାରୁ ଦୁର୍ଗାଚରଣ ଟୁଡୁ, ବାରିପଦାରୁ ବାଦଲ ହେମ୍ବ୍ରମ୍, ମୋରଡ଼ାରୁ ପ୍ରଭାସ କର ମହାପାତ୍ର, ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବିଜନ ନାୟକ, ରେମୁଣାରୁ ସୁଦର୍ଶନ ଜେନା ନିର୍ବାଚନ ଲଢ଼ିବେ ।

ସୋରରୁ ସୁବ୍ରତ ଧଡ଼ା, ସିମୁଳିଆରୁ ହିମାଂଶୁ ଶେଖର ବେହେରା,ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ,
ଭଦ୍ରକରୁ ଅସିତ ପଟ୍ଟନାୟକ, ବାସୁଦେବପୁରରୁ ଅଶୋକ କୁମାର ଦାସ, ଧାମନଗରରୁ ରଞ୍ଜନ କୁମାର ବେହେରା,ଚାନ୍ଦବାଲିରୁ ଅମୀୟ କୁମାର ମହାପାତ୍ର,ବିଞ୍ଝାରପୁରରୁ କନକଲତା ମଲ୍ଲିକ,
ବରୀରୁ ଆରତୀ ଦେଓ, ଧର୍ମଶାଳାରୁ କିଷନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ ।ଯାଜପୁରରୁ ସୁଦୀପ କୁମାର କର,କୋରେଇରୁ ବନ୍ଦିତା ପରିଡ଼ା,ଢେଙ୍କାନାଳରୁ ସୁସ୍ମିତା ସିଂହଦେଓ, ହିନ୍ଦୋଳରୁ ଗୋବର୍ଦ୍ଧନ ଶେଖର ନାଏକ,କାମାକ୍ଷାନଗରରୁ ବିପ୍ରବର ସାହୁ,ପରଜଙ୍ଗରୁ ରଞ୍ଜିତ କୁମାର ସାହୁ, ତାଳଚେରରୁ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅନୁଗୁଳରୁ ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦାରୁ ନରୋତ୍ତମ ନାୟକ, ଆଠମଲ୍ଲିକରୁ ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁରରୁ ପ୍ରଦୀପ ସେଠୀ, ସୋନପୁରରୁ ପ୍ରିୟବ୍ରତ ସାହୁ, ଟିଟିଲାଗଡ଼ରୁ ବୀରେନ୍ଦ୍ର ବାଗ, ଖଡ଼ିଆଳରୁ କମଳଚରଣ ତାଣ୍ଡି,  ବାଲିଗୁଡ଼ାରୁ ଉପେନ୍ଦ୍ର ପ୍ରଧାନ, ବଡ଼ମ୍ବାରୁ ସଞ୍ଜୟ କୁମାର ସାହୁ, ବାଙ୍କୀରୁ ଦେବାଶିଷ ପଟ୍ଟନାୟକ,  ଆଠଗଡ଼ରୁ ମେହମୁଦ ଅହମ୍ମଦ ଖାନ୍, ଚୌଦ୍ବାର-କଟକରୁ ମୀରା ମଲ୍ଲିକ,ନିଆଳିରୁ ଜ୍ୟୋତିରଞ୍ଜନ ମଲ୍ଲିକ ପ୍ରାର୍ଥୀ ହେବେ ।

କଟକ ସଦରରୁ ରାମଚନ୍ଦ୍ର ଗୋଚ୍ଛାୟତ,ସାଲେପୁରରୁ ଆକିବ ଉଜ୍ଜମାନ ଖାନ୍,ପାଟକୁରାରୁ ରତିକାନ୍ତ କାନୁନଗୋ, ଆଳିରୁ ଦେବସ୍ମିତା ଶର୍ମା, ପାରାଦୀପରୁ ନିରଞ୍ଜନ ନାୟକ, ତିର୍ତ୍ତୋଲରୁ ହିମାଂଶୁ ଭୂଷଣ ମଲ୍ଲିକ, ବାଲିକୁଦା-ଏରସମାରୁ ଇଂ ନଳିନୀ ସ୍ବାଇଁ, ପୁରୀରୁ ସୁଜିତ ମହାପାତ୍ର ଓ ବ୍ରହ୍ମଗିରିରୁ ମିତ୍ରଭାନୁ ମହାପାତ୍ର ନିର୍ବାଚନ ଲଢ଼ିବେ।

୩ଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି । ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିତରିଆ ପ୍ରାର୍ଥୀ ହୋଇଛନ୍ତି। ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନ ନୂଆ ପ୍ରାର୍ଥୀ ହୋଇଥିବା ବେଳେ କବିସୂର୍ଯ୍ୟନଗରରେ ଚିରଞ୍ଜୀବି ବିଷୋୟୀଙ୍କ ସ୍ଥାନରେ ବିପିନ ସ୍ବାଇଁ ପ୍ରାର୍ଥୀ ହୋଇଛନ୍ତି।

#Odia#Odisha#News
Share Article:

Related Articles