न्यूज़रूम ओडिशा
ब्रेकिंग
ओडिया समाचार

ଆଇପିଏଲରେ ପୁଣି ହାଇଦ୍ରାବାଦର ରେକର୍ଡ ସ୍କୋର, ଆରସିବି ବିପକ୍ଷରେ କଲା ୨୮୭ ରନ୍

ବେଙ୍ଗାଲୁରୁ: ଟ୍ରାଭିସ୍ ହେଡଙ୍କ ବିସ୍ଫୋରକ ଶତକ ସହ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୩ ୱିକେଟରେ ୨୮୭ ରନର ରେକର୍ଡ ସ୍କୋର କରିଛି । ଆଇପିଏଲର ଇତିହାସରେ ଏହା ହେଉଛି ସର୍ବାଧିକ ସ୍କୋର। ଏହା ମଧ୍ୟ ଟି୨୦ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ସ୍କୋର। ହାଇଦ୍ରାବାଦ ନିଜ ରେକର୍ଡ ହିଁ ଭାଙ୍ଗିଛି । ଚଳିତ ସିଜନରେ ହିଁ ମାର୍ଚ୍ଚ ୨୭ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ [...]

Admin•15 अप्रैल 2024
Share Article:

ବେଙ୍ଗାଲୁରୁ: ଟ୍ରାଭିସ୍ ହେଡଙ୍କ ବିସ୍ଫୋରକ ଶତକ ସହ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୩ ୱିକେଟରେ ୨୮୭ ରନର ରେକର୍ଡ ସ୍କୋର କରିଛି । ଆଇପିଏଲର ଇତିହାସରେ ଏହା ହେଉଛି ସର୍ବାଧିକ ସ୍କୋର। ଏହା ମଧ୍ୟ ଟି୨୦ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ସ୍କୋର। ହାଇଦ୍ରାବାଦ ନିଜ ରେକର୍ଡ ହିଁ ଭାଙ୍ଗିଛି । ଚଳିତ ସିଜନରେ ହିଁ ମାର୍ଚ୍ଚ ୨୭ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୩ ଓ୍ବିକେଟ୍ ହରାଇ ୨୭୭ ରନ୍ କରିଥିଲା ।

ଆଜିର ମ୍ୟାଚରେ ହାଇଦ୍ରାବାଦ ତରଫରୁ ଟ୍ରାଭିସ୍ ହେଡ୍ ମାତ୍ର ୪୧ ଟି ବଲରେ ୧୦୨ ରନର‌ ତୋଫାନୀ ଇନିଂସ ସହ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ତାଙ୍କର ଏହି ଇନିଂସରେ ୯ ଚୌକା ଓ ୮ଟି ଛକା ସାମିଲ ଥିଲା | ଏହାପୂର୍ବରୁ ଆରସିବି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଯାହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା।

ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ହେଡ ଅଭିଷେକ ଶର୍ମାଙ୍କ ସହ ୪୯ ବଲରେ ୧୦୮ ରନର ଭାଗିଦାରୀ କରିଥିଲେ। ଶର୍ମା ୨୨ ବଲରେ ୩୪ ରନ୍ ସଂଗ୍ରହ କରିଥିଲେ। ଏହାପରେ ହେଡ୍ ଏବଂ ହେନରିଚଚ୍ କ୍ଲାସେନ୍ ୨୬ ବଲରେ ୫୭ ରନ୍ କରିଥିଲେ। କ୍ଲାସେନ୍ ୩୧ ବଲରେ ୬୭ ରନ୍ କରିଥିଲେ ଯେଉଁଥିରେ ଦୁଇଟି ଚୌକା ଓ ୭ଟି ଛକା ସାମିଲ ଥିଲା |

#Odia#Odisha#News
Share Article:

Related Articles