न्यूज़रूम ओडिशा
ब्रेकिंग
ओडिया समाचार

ନିର୍ବାଚନୀ ବ୍ୟସ୍ତତା ସତ୍ତ୍ୱେ ବିକାଶମୂଳକ କାମ ନେଇ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବିଚାରବିମର୍ଷ ଜାରି

ଭୁବନେଶ୍ୱର – ନିର୍ବାଚନ ବ୍ୟସ୍ତତା ମଧ୍ୟରେ ବି ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟର ବିକାଶ ହିଁ ସର୍ବୋଚ୍ଚ ପ୍ରାଥମିକତା । ରାଜ୍ୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ ଲୋକଙ୍କ ସହ ଆଲୋଚନା କରି ମତାମତ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସହ ବିଚାର ଆଲୋଚନା କରୁଛନ୍ତି। ନିର୍ବାଚନ ମୁଖ୍ୟମନ୍ତ୍ରୀଙ୍କ ନିତିଦିନିଆ କାମ ଉପରେ ପ୍ରଭାବ ପକାଇ ପାରିନାହିଁ । ଭିଡ଼ିଓ କଲ୍ ମାଧ୍ୟମରେ ମୁଖ୍ଯମନ୍ତ୍ରୀ [...]

Admin•16 अप्रैल 2024
Share Article:

ଭୁବନେଶ୍ୱର – ନିର୍ବାଚନ ବ୍ୟସ୍ତତା ମଧ୍ୟରେ ବି ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟର ବିକାଶ ହିଁ ସର୍ବୋଚ୍ଚ ପ୍ରାଥମିକତା । ରାଜ୍ୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ ଲୋକଙ୍କ ସହ ଆଲୋଚନା କରି ମତାମତ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସହ ବିଚାର ଆଲୋଚନା କରୁଛନ୍ତି। ନିର୍ବାଚନ ମୁଖ୍ୟମନ୍ତ୍ରୀଙ୍କ ନିତିଦିନିଆ କାମ ଉପରେ ପ୍ରଭାବ ପକାଇ ପାରିନାହିଁ । ଭିଡ଼ିଓ କଲ୍ ମାଧ୍ୟମରେ ମୁଖ୍ଯମନ୍ତ୍ରୀ ଲୋକଙ୍କ ସହ କଥା ହୋଇ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ମତାମତ ନେଉଥିବାର ଏକ ଭିଡିଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଭିଡିଓ କଲରେ କଥା ହୋଇ ରୂପାନ୍ତରଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ସହ କଥା ହେବା ସଙ୍ଗେ ସଙ୍ଗେ ଅଞ୍ଚଳର ବିକାଶ କଥା ମଧ୍ୟ ପଚାରି ବୁଝିଛନ୍ତି ।ଉନ୍ନତିମୂଳକ କାମ କେତେବାଟ ପହଞ୍ଚିଲା, ତାହାର ହିସାବ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ମନ୍ଦିର କାମ କେତେବାଟ ଆଗେଇଲା ସେ ନେଇ ପଚାରି ବୁଝିଲେ ନବୀନ। ସ୍କୁଲ କାମ ଅଗ୍ରଗତି ନେଇ ଅପଡେଟ ନେଲେ ମୁଖ୍ଯମନ୍ତ୍ରୀ । ପୁରୀ, ସମ୍ବଲପୁର, ଖୋର୍ଦ୍ଧାର ବିକାଶମୂଳକ କାମର ଅପଡେଟ ନେଇଛନ୍ତି।

#Odia#Odisha#News
Share Article:

Related Articles