न्यूज़रूम ओडिशा
ब्रेकिंग
ओडिया समाचार

ରାମ ନବମୀରେ ଆଜି ଅଯୋଧ୍ୟାରେ ରାମଲାଲାଙ୍କ ହେବ ସୂର୍ଯ୍ୟତିଳକ

ଅଯୋଧ୍ୟା: ଆଜି ପବିତ୍ର ରାମ ନବମୀ। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ସମଗ୍ର ଅଯୋଧ୍ୟା ସଜେଇ ହୋଇଛି । ଅଯୋଧ୍ୟାରେ ବିରାଜମାନ ପ୍ରଭୁ ରଘୁନନ୍ଦନଙ୍କ ପ୍ରଥମ ରାମନବମୀ ମଧ୍ୟ ସ୍ବତନ୍ତ୍ର ହେବ । ଆଜି ରାମଲାଲାଙ୍କ ହେବ ଅଲୌକିକ ସୂର୍ଯ୍ୟ ତିଳକ ବା ସୂର୍ଯ୍ୟାଭିଷେକ । ଆଜି ମଧ୍ୟାହ୍ନ ୧୨ଟାରେ ହେବ ଶ୍ରୀରାମଙ୍କ ଜନ୍ମ । [...]

Admin•17 अप्रैल 2024
Share Article:

ଅଯୋଧ୍ୟା: ଆଜି ପବିତ୍ର ରାମ ନବମୀ। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ସମଗ୍ର ଅଯୋଧ୍ୟା ସଜେଇ ହୋଇଛି । ଅଯୋଧ୍ୟାରେ ବିରାଜମାନ ପ୍ରଭୁ ରଘୁନନ୍ଦନଙ୍କ ପ୍ରଥମ ରାମନବମୀ ମଧ୍ୟ ସ୍ବତନ୍ତ୍ର ହେବ । ଆଜି ରାମଲାଲାଙ୍କ ହେବ ଅଲୌକିକ ସୂର୍ଯ୍ୟ ତିଳକ ବା ସୂର୍ଯ୍ୟାଭିଷେକ ।

ଆଜି ମଧ୍ୟାହ୍ନ ୧୨ଟାରେ ହେବ ଶ୍ରୀରାମଙ୍କ ଜନ୍ମ । ଏହି ସମୟରେ କୌଶଲ୍ୟା ନନ୍ଦନଙ୍କ କପାଳରେ ସିଧା ସୂର୍ଯ୍ୟକିରଣ ପଡ଼ିବ। ଭଗବାନ ରାମଙ୍କ ସୂର୍ଯ୍ୟାଭିଷେକ ବୈଜ୍ଞାନିକ ଫର୍ମୁଲା ଅନୁଯାୟୀ ହେବ। ରାଜା ରାମଙ୍କ ସୂର୍ଯ୍ୟତିଳକ ପାଇଁ ପ୍ରସ୍ତୁତି ବହୁଦିନ ତଳୁ ହିଁ ଆରମ୍ଭ ହୋଇଥିଲା। ଏଥିପାଇଁ ବୈଜ୍ଞାନିକମାନେ ଅନେକ ଥର ଟ୍ରାଏଲ୍ କରିଥିଲେ ।

ଆଜି ରାମ ନବମୀରେ ପ୍ରଭୁ ରାମଙ୍କ ସୂର୍ଯ୍ୟତିଳକ ବା ସୂର୍ଯ୍ୟାଭିଷେକ ହେବ । ଏହା ମଧ୍ୟ ବିଶ୍ୱବ୍ୟାପୀ ସିଧା ପ୍ରସାରଣ କରାଯିବ।

ପ୍ରଭୁ ରାମଙ୍କ ସୂର୍ଯ୍ୟ ତିଳକ କିପରି କରାଯିବ?
ରାମ ନବମୀ ଦିନ ସୂର୍ଯ୍ୟ କିରଣ ମନ୍ଦିରର ତୃତୀୟ ମହଲାରେ ଥିବା ପ୍ରଥମ ଦର୍ପଣ ଉପରେ ପଡ଼ିବ, ଏଠାରୁ ପ୍ରତିଫଳିତ ହୋଇ ପିତ୍ତଳ ପାଇପରେ ଲାଗିଥିବା ଦ୍ବିତୀୟ ଦର୍ପଣରେ ପଡ଼ି ଏହା ୯୦ ଡିଗ୍ରୀରେ ପୁଣି ପ୍ରତିଫଳିତ ହେବ | ଏହା ପରେ ସୂର୍ଯ୍ୟ କିରଣ ପିତ୍ତଳ ପାଇପ୍ ଦେଇ ତିନୋଟି ଭିନ୍ନ ଲେନ୍ସ ଦେଇ ଗତି କରିବ ଏବଂ ଗର୍ଭଗୃହରେ ସ୍ଥାପିତ କାଚରେ ପଡ଼ି ସିଧା ବାଲ୍ୟରାମଙ୍କ କପାଳରେ ୭୫ ମିଲିମିଟର ବୃତ୍ତାକାର ତିଳକ ପ୍ରସ୍ତୁତ କରିବ, ଯାହା ୪ ମିନିଟ୍ ପାଇଁ ଝଲସିବ ।

ଏକ ସ୍ୱତନ୍ତ୍ର ଅପ୍ଟୋ-ମେକାନିକାଲ୍ ସିଷ୍ଟମ ପ୍ରସ୍ତୁତ ପ୍ରଭୁ ଶ୍ରୀରାମଙ୍କ ଏହି ସୂର୍ଯ୍ୟ ତିଳକ ପାଇଁ ପ୍ରସ୍ତୁତି କରାଯାଇଛି।
ମନୋହର ଲୋହିଆ ଅବଧ ବିଶ୍ୱବିଦ୍ୟାଳୟର ବିଜ୍ଞାନ ଛାତ୍ରଛାତ୍ରୀ ତଥା ପ୍ରଫେସରମାନଙ୍କ ଦ୍ୱାରା ମିଳିତ ଭାବେ ଏହି ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି।

#Odia#Odisha#News
Share Article:

Related Articles