न्यूज़रूम ओडिशा
ब्रेकिंग
ओडिया समाचार

ଏମକେସିଜି ପାଇଁ ଗୋୖରବ: ରାଜ୍ୟରେ ପ୍ରଥମ କରି ୯ ବର୍ଷ ଝିଅର ବିରଳ‌ ଅସ୍ତ୍ରୋପଚାର

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ରାଜ୍ୟରେ ସ୍ବାସ୍ଥ୍ୟ ସେବାର ଅଗ୍ରଗତି ନେଇ ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ରାଜ୍ୟରେ ପ୍ରଥମ କରି ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଏକ ଜଟିଳ ଓ ବିରଳ ଅସ୍ତ୍ରୋପଚାର କରାଯାଇଛି। ୯ ବର୍ଷ ଝିଅର ଆଡ୍ରେନାଲ୍ ଗ୍ରନ୍ଥିର ଅପରେସନ୍ ସଫଳତାର ସହ ସମ୍ପନ୍ନ କରିଛନ୍ତି ଡାକ୍ତର ଟିମ୍। ଏମକେସିଜି ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ଖଣ୍ଡଦେଉଳି ଗାଁର ଏହି ନାବାଳିକା। [...]

Admin•17 अप्रैल 2024
Share Article:

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ରାଜ୍ୟରେ ସ୍ବାସ୍ଥ୍ୟ ସେବାର ଅଗ୍ରଗତି ନେଇ ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ରାଜ୍ୟରେ ପ୍ରଥମ କରି ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଏକ ଜଟିଳ ଓ ବିରଳ ଅସ୍ତ୍ରୋପଚାର କରାଯାଇଛି। ୯ ବର୍ଷ ଝିଅର ଆଡ୍ରେନାଲ୍ ଗ୍ରନ୍ଥିର ଅପରେସନ୍ ସଫଳତାର ସହ ସମ୍ପନ୍ନ କରିଛନ୍ତି ଡାକ୍ତର ଟିମ୍।

ଏମକେସିଜି ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ଖଣ୍ଡଦେଉଳି ଗାଁର ଏହି ନାବାଳିକା। ଅତ୍ୟଧିକ ଓଜନ ସାଙ୍ଗକୁ ଉଚ୍ଚ ରକ୍ତଚାପ ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଥିଲା। ମାତ୍ରାଧିକ ହରମୋନ୍ ନିର୍ଗତ ହୋଇ ତା’ର ଅବସ୍ଥା ଗୁରୁତର ହୋଇପଡିଥିଲା। ପ୍ରଫେସର୍ ପି.ରବି କୁମାରଙ୍କ ତତ୍ତ୍ଵାବଧାନରେ ଏକ ଡାକ୍ତର ଟିମ୍ ତାକୁ ପରୀକ୍ଷାନିରୀକ୍ଷା ପରେ ରୋଗ ଚିହ୍ନଟ କରିଥିଲେ। ତାହା ଥିଲା ଏକ ବିରଳ ଜେନେଟିକ୍ ରୋଗ- ପ୍ରାଇମେରୀ ପିଗମେଣ୍ଟେଡ୍ ନୋଡୁଲାର୍ ଆଡ୍ରେନାଲ୍। ଏହି ରୋଗରେ କିଡନୀ ଉପରେ ଥିବା ଗ୍ରନ୍ଥିରୁ ଅତ୍ୟଧିକ ହରମୋନ୍ ନିର୍ଗତ ହୋଇ ରୋଗୀ ନିମନ୍ତେ ହୃଦଘାତର ଆଶଙ୍କା ବୃଦ୍ଧି କରାଇଥାଏ। ଏହାର ନିଦାନ ସକାଶେ ଡାକ୍ତର ଦଳ ନାବାଳିକାର ଉଭୟ କିଡନୀ ଉପରେ ରହିଥିବା ଆଡ୍ରେନାଲ୍ ଗ୍ଲାଣ୍ଡକୁ ଅସ୍ତ୍ରୋପଚାର ଜରିଆରେ ସଫଳତାର ସହ ସୁରକ୍ଷିତ ଭାବେ ଶରୀରରୁ ବାହାର କରାଯାଇଛି। ଏବେ ରୋଗୀକୁ ସାରା ଜୀବନ କମ୍ ମାତ୍ରାର ଷ୍ଟେରଏଡ୍ ଦିଆଯାଇ ଚିକିତ୍ସା ସହ ଜୀବନ ସୁରକ୍ଷିତ ରଖାଯିବ।

ଏମକେସିଜି ଅଧ୍ୟକ୍ଷ ତଥା ଡିନର ପ୍ରଫେସର ସନ୍ତୋଷ କୁମାର ମିଶ୍ର ଓ ଏଣ୍ଡୋକ୍ରାଇନୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର୍ ପି.ରବି କୁମାରଙ୍କ ତତ୍ତ୍ଵାବଧାନରେ ଏହି ସଫଳ ଓ ବିରଳ ଅପରେସନ୍ କରାଯାଇଥିଲା। ଏମକେସିଜି ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ସୁଚିତ୍ରା ଦାଶ, ଶିଶୁ ରୋଗ ସର୍ଜରୀ ବିଭାଗର ଡାକ୍ତର ମାନସ ରଞ୍ଜନ ଦାଶ, ପ୍ରଫେସର ବେଣୁଧର ପାଣିଗ୍ରାହୀ, ପ୍ରଫେସର ଜ୍ଞାନ ପ୍ରକାଶ ସିଂ ପ୍ରମୁଖ ଅସ୍ତ୍ରୋପଚାରରେ ସହାୟତା ଯୋଗାଇ ଦେଇଥିଲେ।

#Odia#Odisha#News
Share Article:

Related Articles