न्यूज़रूम ओडिशा
ब्रेकिंग
ओडिया समाचार

ଭିଆରଏସ ନେଲେ ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ ସିଂହ

ଭୁବନେଶ୍ୱର – ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସଂଜୟ ସିଂହ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ସ୍ୱେଚ୍ଛାକୃତ ଅବସର -ଭିଆରଏସ ପାଇଁ ତାଙ୍କ ଆବେଦନକୁ ମଞ୍ଜୁର କରିଛି ରାଜ୍ୟ ଗୃହ ବିଭାଗ। ସଞ୍ଜୟ ସିଂହ ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡେପୁଟି ଡିଜି ଥିଲେ। ତେବେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଓଡ଼ିଶା ପୋଲିସର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ଥିଲେ ସଞ୍ଜୟ ସିଂହ। ୨୦୨୧ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। [...]

Admin•18 अप्रैल 2024
Share Article:

ଭୁବନେଶ୍ୱର – ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସଂଜୟ ସିଂହ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ସ୍ୱେଚ୍ଛାକୃତ ଅବସର -ଭିଆରଏସ ପାଇଁ ତାଙ୍କ ଆବେଦନକୁ ମଞ୍ଜୁର କରିଛି ରାଜ୍ୟ ଗୃହ ବିଭାଗ।

ସଞ୍ଜୟ ସିଂହ ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡେପୁଟି ଡିଜି ଥିଲେ। ତେବେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଓଡ଼ିଶା ପୋଲିସର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ଥିଲେ ସଞ୍ଜୟ ସିଂହ। ୨୦୨୧ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସଞ୍ଜୟ ସିଂହ ସିବିଆଇରେ ମଧ୍ୟ କିଛି ଦିନ କାର୍ଯ୍ୟ କରିଥିଲେ।

#Odia#Odisha#News
Share Article:

Related Articles