न्यूज़रूम ओडिशा
ब्रेकिंग
ओडिया समाचार

ଭିଜିଲାନ୍ସ ଜାଲରେ ହରଭଙ୍ଗା ବିଇଓ ଅଫିସ୍ ବରିଷ୍ଠ କିରାଣି

ବ୍ରହ୍ମପୁର: ବୈ।ଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବିନ୍ଦ୍ର ପାଢ଼ୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ସ୍କୁଲ ଶିକ୍ଷକଙ୍କ ଠାରୁ ମୋଟ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲା ବେଳେ ସେଥିମଧ୍ୟରୁ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଅଭିଯୁକ୍ତ କିରାଣି ଶୁକ୍ରବାର ଭିଜିଲାନ୍ସ ଦ୍ବାରା ଧରା ହୋଇଛନ୍ତି। ଶିକ୍ଷକ ଜଣଙ୍କୁ ଏକ ପ୍ରଶାସନିକ କାର୍ଯ୍ୟରେ ସହାୟତା ଆଳରେ ତଥା ଫାଇଲ୍ ଆଗକୁ ବଢ଼ାଇବା ପାଇଁ ରବିନ୍ଦ୍ର ତାଙ୍କୁ [...]

Admin•19 अप्रैल 2024
Share Article:

ବ୍ରହ୍ମପୁର: ବୈ।ଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବିନ୍ଦ୍ର ପାଢ଼ୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ସ୍କୁଲ ଶିକ୍ଷକଙ୍କ ଠାରୁ ମୋଟ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲା ବେଳେ ସେଥିମଧ୍ୟରୁ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଅଭିଯୁକ୍ତ କିରାଣି ଶୁକ୍ରବାର ଭିଜିଲାନ୍ସ ଦ୍ବାରା ଧରା ହୋଇଛନ୍ତି। ଶିକ୍ଷକ ଜଣଙ୍କୁ ଏକ ପ୍ରଶାସନିକ କାର୍ଯ୍ୟରେ ସହାୟତା ଆଳରେ ତଥା ଫାଇଲ୍ ଆଗକୁ ବଢ଼ାଇବା ପାଇଁ ରବିନ୍ଦ୍ର ତାଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ। ୬ ମାସ ହେଲା ଶିକ୍ଷକଙ୍କ କାର୍ଯ୍ୟ ବିଳମ୍ବିତ କରି ଚାଲିଥିଲେ କିରାଣି। ବାଧ୍ୟ ହୋଇ ଶିକ୍ଷକଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ବର୍ତ୍ତମାନ ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ରବିନ୍ଦ୍ରଙ୍କ ଆଉ ୨ଟି ଠିକଣାରେ ଖାନତଲାସ ଚଳାଇଛି। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ୮/୨୦୨୪ ରୁଜୁ କରାଯାଇଛି।

#Odia#Odisha#News
Share Article:

Related Articles