न्यूज़रूम ओडिशा
ब्रेकिंग
ओडिया समाचार

ବାଲଟ୍ ପେପରରେ ନିର୍ବାଚନ କରିବାକୁ ଦାବି କରି ଇଭିଏମକୁ ତଳେ କଚାଡ଼ି ଭାଙ୍ଗିଲେ ଭୋଟର

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାର ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ମତଦାନ କେନ୍ଦ୍ରରେ ଶୁକ୍ରବାର ଭୋଟ୍ ଦେବାକୁ ଆସିଥିବା ଜଣେ ବୟସ୍କ ଭୋଟର ଇଭିଏମ୍ ମେସିନକୁ ତଳେ କଚାଡ଼ି ଭାଙ୍ଗି ଦେଇଛନ୍ତି। ଏହା ଦେଖି ନିର୍ବାଚନ କର୍ମଚାରୀ ଏବଂ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ କହିଛି ଯେ ଏହି ଘଟଣା ହରିଦ୍ୱାର ସହରର ଜ୍ବାଲାପୁର ଇଣ୍ଟର କଲେଜରେ ସ୍ଥାପନ ବୁଥ ନମ୍ବର ୧୨୬ରେ ଘଟିଥିଲା । ଏଠାରେ ରଣଧୀର (୭୦) ନାମକ ଜଣେ ଭୋଟର [...]

Admin•19 अप्रैल 2024
Share Article:

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାର ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ମତଦାନ କେନ୍ଦ୍ରରେ ଶୁକ୍ରବାର ଭୋଟ୍ ଦେବାକୁ ଆସିଥିବା ଜଣେ ବୟସ୍କ ଭୋଟର ଇଭିଏମ୍ ମେସିନକୁ ତଳେ କଚାଡ଼ି ଭାଙ୍ଗି ଦେଇଛନ୍ତି। ଏହା ଦେଖି ନିର୍ବାଚନ କର୍ମଚାରୀ ଏବଂ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପୋଲିସ କହିଛି ଯେ ଏହି ଘଟଣା ହରିଦ୍ୱାର ସହରର ଜ୍ବାଲାପୁର ଇଣ୍ଟର କଲେଜରେ ସ୍ଥାପନ ବୁଥ ନମ୍ବର ୧୨୬ରେ ଘଟିଥିଲା । ଏଠାରେ ରଣଧୀର (୭୦) ନାମକ ଜଣେ ଭୋଟର ଇଭିଏମ ମେସିନ ଉଠାଇ ତଳେ ଛେଚି ଦେଇଥିଲେ। ଏହି ସମୟରେ ସେ ଜୋରରେ ପାଟି କରି କହିଥିଲେ ଯେ ସେ ଇଭିଏମ ମେସିନକୁ ବିରୋଧ କରୁଛନ୍ତି । କେବଳ ବାଲଟ୍ ପେପର ଜରିଆରେ ନିର୍ବାଚନ କରାଯାଉ ବୋଲି ସେ ଦାବି କରିଥିଲେ।

ସୂଚନା ପାଇ ପୋଲିସ ପହଞ୍ଚି ଇଭିଏମ୍ ଭାଙ୍ଗିଥିବା ଭୋଟରଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ମାନସିକ ଅବସ୍ଥା ଠିକ୍ ନଥିବା କୁହାଯାଉଛି।

ବୁଥରେ ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଅଭିଯୁକ୍ତ ଭୋଟ୍ ଦେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ତାଙ୍କ ପାଳି ଆସିବା ପରେ ଭିତରକୁ ଯିବା କ୍ଷଣି ସେ ଟେବୁଲ ଉପରେ ରଖାଯାଇଥିବା ଇଭିଏମ୍ ମେସିନକୁ ଉଠାଇ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ।

ଏହି ଘଟଣା ଯୋଗୁଁ ଧାଡ଼ିରେ ଠିଆ ହୋଇଥିବା ଅନ୍ୟ ଭୋଟରମାନେ ଛାନିଆ ହୋଇଯାଇଥିଲେ। ତେବେ ଭଙ୍ଗା ଇଭିଏମ୍ ବି କାମ କରିଥିଲେ।

ଜ୍ବାଲାପୁର ଡିଏସପି ଶାନ୍ତନୁ ପରାଶର କହିଛନ୍ତି, ଅଭିଯୁକ୍ତ ଭୋଟର ଇଭିଏମ୍ ମେସିନ୍ ଭାଙ୍ଗିବାକୁ ଚେଷ୍ଟା କରୁଥିବା ସୂଚନା ପାଇବା ପରେ ପୋଲିସ ତାଙ୍କୁ ତୁରନ୍ତ ଗିରଫ କରିଥିଲା। ମେସିନ୍ ଭାଙ୍ଗିବା ପରେ ମଧ୍ୟ କାମ କରିଥିଲା ଏବଂ ମତଦାନ ଅଧିକାରୀ ମଧ୍ୟ ଏ ସମ୍ପର୍କରେ କୌଣସି ଅଭିଯୋଗ ଦେଇନାହାଁନ୍ତି । ଅଭିଯୋଗ ପାଇବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।ପରାଶର କହିଛନ୍ତି ଯେ ଏହି ଅଞ୍ଚଳର ସମସ୍ତ ମତଦାନ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭୋଟ୍ ଚାଲିଛି।

#Odia#Odisha#News
Share Article:

Related Articles