न्यूज़रूम ओडिशा
ब्रेकिंग
ओडिया समाचार

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ସମନ୍ଵୟ କମିଟିର ପ୍ରଥମ ବୈଠକ

ପୁରୀ -ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ଆଜି ବସିବ ରଥଯାତ୍ରା ସମନ୍ଵୟ କମିଟିର ପ୍ରଥମ ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଜୁଲାଇ ୭ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ କରାଯିବା ନେଇ ବୈଠକରେ ବ୍ୟାପକ ଆଲୋଚନା ହେବା ସମ୍ଭାବନା ରହିଛି। ରଥଯାତ୍ରା ପାଇଁ ପୁରୀରେ ରାସ୍ତାଘାଟ, ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍ କରଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଯାତ୍ରୀ ପାର୍କିଂ ବ୍ୟବସ୍ଥା ସହ ମହାପ୍ରଭୁଙ୍କ ନୀତିକାନ୍ତି [...]

Admin•20 अप्रैल 2024
Share Article:

ପୁରୀ -ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ଆଜି ବସିବ ରଥଯାତ୍ରା ସମନ୍ଵୟ କମିଟିର ପ୍ରଥମ ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଜୁଲାଇ ୭ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ କରାଯିବା ନେଇ ବୈଠକରେ ବ୍ୟାପକ ଆଲୋଚନା ହେବା ସମ୍ଭାବନା ରହିଛି। ରଥଯାତ୍ରା ପାଇଁ ପୁରୀରେ ରାସ୍ତାଘାଟ, ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍ କରଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଯାତ୍ରୀ ପାର୍କିଂ ବ୍ୟବସ୍ଥା ସହ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବା ଉପରେ ଆଲୋଚନା କରାଯିବ।

ଚଳିତବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ତା’ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ।

#Odia#Odisha#News
Share Article:

Related Articles