ନିର୍ବାଚନରେ ଭୋଟ୍ ହାର ବୃଦ୍ଧି ପାଇଁ ବିଏମସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଜନ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ବର – ‘ମଇ ୨୫ ରେ ନିଶ୍ଚୟ ଯିବି , ନିଜ ବୁଥରେ ଭୋଟ ଦେବି ‘, ଗଣତନ୍ତ୍ରର ଏ ମହାନ ପର୍ବ , ଭୋଟ ଦେଇ ମୁଁ କରିବି ଗର୍ବ ‘ । ଏମିତି ସ୍ଲୋଗାନ ଦେଇ ଆଜି ସକାଳ ୬ଟାରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବାହାରି ଥିଲା ଏକ ବିଶାଳ ୱାକାଥନ ବା ଗଣ ପଦଯାତ୍ରା । ଉଦ୍ଦେଶ୍ୟ ଥିଲା , ଚଳିତ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କୁ , ମତଦାନ କେନ୍ଦ୍ରରେ [...]
ଭୁବନେଶ୍ବର – ‘ମଇ ୨୫ ରେ ନିଶ୍ଚୟ ଯିବି , ନିଜ ବୁଥରେ ଭୋଟ ଦେବି ‘, ଗଣତନ୍ତ୍ରର ଏ ମହାନ ପର୍ବ , ଭୋଟ ଦେଇ ମୁଁ କରିବି ଗର୍ବ ‘ । ଏମିତି ସ୍ଲୋଗାନ ଦେଇ ଆଜି ସକାଳ ୬ଟାରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବାହାରି ଥିଲା ଏକ ବିଶାଳ ୱାକାଥନ ବା ଗଣ ପଦଯାତ୍ରା । ଉଦ୍ଦେଶ୍ୟ ଥିଲା , ଚଳିତ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କୁ , ମତଦାନ କେନ୍ଦ୍ରରେ ସେମାନଙ୍କର ମତ ସାବ୍ୟସ୍ତ କରିବା ପାଇଁ ସଚେତନ କରିବା । କାରଣ ବିଶେଷ କରି ରାଜଧାନୀ ସହରାଞ୍ଚଳରେ ଅଧିକ ସଚେତନ , ଶିକ୍ଷିତ ନାଗରିକ ବାସ କରୁଥିଲେ ମଧ୍ୟ , ମତଦାନ ହାର ଗ୍ରାମାଞ୍ଚଳ ଅପେକ୍ଷା ସବୁବେଳେ କମ୍ ରହୁଥିବା ଅତୀତରୁ ପରିଲକ୍ଷିତ ହୋଇଛି । ଏପରିକି ମତଦାନ ହାର ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ କମ୍ ରହୁଥିବାରୁ ଭୁବନେଶ୍ବର ମହାନଗର ନିଗମ ( ବିଏମ୍ସି ) ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି ପରିପ୍ରେକ୍ଷୀରେ ଏପରି ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

“ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ ” ( ଏସ୍.ଭି.ଇ.ଇ.ପି ) ର ଅଂଶ ବିଶେଷ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଭୋଟରଙ୍କୁ ସାମିଲ କରାଯିବା ସହ ପ୍ରତ୍ୟେକ ମତଦାତା ଯେପରି ନିଶ୍ଚିତ ଭାବେ ନିଜ ନିଜର ମତଦାନ କେନ୍ଦ୍ରରେ ଭୋଟ ଦେବେ , ସେଥିପାଇଁ ଲୋକମାନଙ୍କୁ ସଚେତନ କରାଇବାକୁ ପାଇଁ ବିଏମ୍ସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସୃଜନଶୀଳ ଜନସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି । ଉକ୍ତ ସଚେତନତା ରଣନୀତିର ଏକ ଅଂଶ ସ୍ବରୂପ ଆଜି ଆୟୋଜିତ ହୋଇଥୁଲା ମେଗା ୱାକାଥନ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା , ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ , ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ , ପୋଲିସ କମିଶନର ସଂଜୀବ ପଣ୍ଡା , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍ . ତିରୁମାଳା ନାୟକ , ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ବିଏମସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ଅତିଥିମାନଙ୍କୁ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ସ୍ଵାଗତ କରିଥିଲେ । ୱାକାଥନର ଶୁଭାରମ୍ଭ କରିବା ପୂର୍ବରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । ଅତିଥିମାନଙ୍କ ସହିତ ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଆୟୋଜିତ ଏକ “ ସିଗ୍ନେଚର୍ କ୍ୟାମ୍ପେନ୍ ” ରେ ନିଜ ନିଜର ଭୋଟର ସଚେତନତା ବାର୍ତ୍ତା ଲେଖିବା ସହ ଭାରତୀୟ ଗଣତନ୍ତ୍ରରେ ଭୋଟ ଦେବା ଏକ ଅଧିକାର ଏବଂ ଏହାର ଅନୁପାଳନ କରିବାକୁ ଶପଥ ନେଇଥିଲେ ।

ରାଜ୍ୟରେ ଏକ ମୁକ୍ତ , ସ୍ବଚ୍ଛ , ଅବାଧ , ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ଭାରତୀୟ ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସମବେତ ସମସ୍ତ ନାଗରିକଙ୍କୁ “ ମତଦାତାଙ୍କ ସଂକଳ୍ପ ‘ ପାଠ କରାଇଥିଲେ । ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବକ ଯୁବତୀମାନଙ୍କୁ ମୁଖ୍ୟ ଅତିଥିଙ୍କ ସହ ଅନ୍ୟ ଅତିଥିମାନେ ସ୍ବାଗତ ଓ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ , ଭାରତୀୟ ନିର୍ବାଚନ କମିଶନ ଓ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରୟାସରେ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ନିର୍ବାଚନ ପ୍ରକ୍ରିୟାରେ ଯେତେ ଅଧିକରୁ ଅଧିକ ମତଦାତା ଅଂଶଗ୍ରହଣ କରିବେ , ଗଣତନ୍ତ୍ର ଅଧିକ ସୁଦୃଢ ହେବ । କେବଳ ସାଧାରଣ ନାଗରିକ ନୁହଁନ୍ତି , ଲୋକସେବା ଭବନ , ବିଭିନ୍ନ ସରକାରୀ ନିର୍ଦ୍ଦେଶାଳୟ ସମେତ ସମସ୍ତ ସରକାରୀ ଦପ୍ତର ଓ ବେସରକାରୀ ଅନୁଷ୍ଠାନରେ ବିଭିନ୍ନ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ସଂଗଠନ ଆଦିର ସହଯୋଗରେ ବିଭିନ୍ନ ଉପାୟରେ ଭୋଟରମାନଙ୍କୁ ସଚେତନ କରାଯାଉଥିବା ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ ।
ଭୋଟରମାନଙ୍କ ଦ୍ବାରା ମତଦାନ ସଂପର୍କରେ ଭୁବନେଶ୍ବର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପକୁ ସ୍ବାଗତ କରିବା ସହ କେବଳ ସହରାଞ୍ଚଳ ନୁହେଁ , ଗ୍ରାମାଞ୍ଚଳରେ ମଧ୍ଯ ଭୋଟରମାନେ ବହୁ ସଂଖ୍ୟାରେ ମତଦାନ କରିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେ କହିଛନ୍ତି ଯେ , ମତଦାନ ହେଉଛି ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରର ଏକ ମହାନ ପର୍ବ । ଏହି ପର୍ବରେ ପ୍ରତ୍ୟେକ ଭୋଟର ସାମିଲ ହେବା ଦରକାର । ସମସ୍ତେ ମତଦାନ କଲେ , ଗଣତନ୍ତ୍ର ସୁଦୃଢ ହେବା ସହ ଦେଶ ସଶକ୍ତ ହେବ । ମୁଖ୍ୟତଃ ଯେଉଁମାନେ ଭୋଟଦାନରୁ ବିରତ ରହୁଛନ୍ତି , ସେମାନଙ୍କୁ ସଚେତନ କରାଇବା ସହ ସେମାନେ ଯେପରି ନିଶ୍ଚିତ ଭାବେ ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ , ସେଥିପାଇଁ ଶିକ୍ଷିତ ଓ ସଚେତନ ନାଗରିକମାନେ ପ୍ରୟାସ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ମୁଖ୍ୟ ଅତିଥି ପ୍ରଦୀପ ଜେନା ପତାକା ଦେଖାଇ ୱାକାଥନର ଶୁଭାରମ୍ଭ କରିଥିଲେ । ଆଜି ସକାଳ ୬ ଘଟିକାଠାରୁ ଏହି ୱାକାଥନ ମାଷ୍ଟର କ୍ୟାଂଟିନ ଛକଠାରୁ ବାହାରି ଶ୍ରୀୟା ଛକ , କେନ୍ଦ୍ରୀୟ ବିଦ୍ୟାଳୟ ପାଖ ଦେଇ ସତ୍ୟ ନଗର ସ୍ଥିତ ବିଏମ୍ସି ମୁଖ୍ୟାଳୟ ( ବିଏମସି ଆଇସିଓଏମସି ଟାୱାର ) ଠାରେ ପହଞ୍ଚିଥିଲା । ଯୋଗ୍ୟ ଭୋଟରମାନେ କିପରି ଗଣତାନ୍ତ୍ରିକ ମହତ୍ତ୍ୱକୁ ବୁଝି ଚଳିତ ନିର୍ବାଚନରେ ନିଜ ନିଜର ମତଦାନ କେନ୍ଦ୍ରରେ ଭୋଟ ଦେବେ , ସେହି ଉଦ୍ଦେଶ୍ୟରେ ଓ୍ୱାକାଥନ ମାଧ୍ୟମରେ ସଚେତନ କରାଯାଇଥିଲା । ପ୍ରାୟ ୪୦୦ରୁ ଅଧିକ ନାଗରିକଙ୍କ ଯୋଗଦାନରେ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଭିନ୍ନ ଆବାସିକ କଲ୍ୟାଣ ସଂଘ , ବରିଷ୍ଠ ନାଗରିକ , ମାର୍କେଟ ଆସୋସିଏସନ , ଯୁବ ଭୋଟର , ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ସେ୍ୱଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବିଏମ୍ସି କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ୱାକାଥନରେ ସ୍ଵତନ୍ତ୍ର ବେଶ ପୋଷାକ ପରିଧାନ କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଏହାପରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସମସ୍ତେ ବିଏମ୍ସିର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଣ ପଦଯାତ୍ରା କରି ପ୍ଲା କାର୍ଡ ପ୍ରଦର୍ଶନ , ସ୍ଲୋଗାନ ଓ ଭୋଟର ଜାଗରଣ ସଂଗୀତ ମାଧ୍ୟମରେ ବାର୍ତ୍ତା ପ୍ରଚାର ସହ ନାଗରିକମାନଙ୍କୁ ନିଶ୍ଚିତ ଭାବେ ମତଦାନ କରି ମତଦାନ ହାର ବଢ଼ାଇବା ଆଦି ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ ।
ତିନି ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା
Next ArticleNaveen Leads BJD’s Star Campaigners’ List for First-2 Phases of Polls in Odisha
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
