न्यूज़रूम ओडिशा
ब्रेकिंग
ओडिया समाचार

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମମତା ସରକାରଙ୍କୁ ଝଟକା, ୨୪ ହଜାର ନିଯୁକ୍ତି ରଦ୍ଦ କଲେ ହାଇକୋର୍ଟ

କୋଲକାତା: ଶିକ୍ଷକ ନିଯୁକ୍ତି ମାମଲାରେ ମମତା ବାନାର୍ଜୀ ସରକାରଙ୍କୁ ବଡ଼ ଝଟକା ଲାଗିଛି। ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ଦ୍ବାରା ହୋଇଥିବା ସମସ୍ତ ଶିକ୍ଷକ ନିଯୁକ୍ତିକୁ କଲିକତା ହାଇକୋର୍ଟ ରଦ୍ଦ କରିଛନ୍ତି। ହାଇକୋର୍ଟ ମଧ୍ୟ ୨୦୧୬ର ପୂରା ନିଯୁକ୍ତି ପ୍ୟାନେଲକୁ ରଦ୍ଦ କରିଛନ୍ତି । ପ୍ରାୟ ୨୪ ହଜାର ଶିକ୍ଷକ ନିଯୁକ୍ତି ରଦ୍ଦ କରିଛନ୍ତି ହାଇକୋର୍ଟ। ଶିକ୍ଷକ ନିଯୁକ୍ତିରେ ୧୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପୂର୍ବତନ ଶିକ୍ଷା ମନ୍ତ୍ରୀ [...]

Admin•22 अप्रैल 2024
Share Article:

କୋଲକାତା: ଶିକ୍ଷକ ନିଯୁକ୍ତି ମାମଲାରେ ମମତା ବାନାର୍ଜୀ ସରକାରଙ୍କୁ ବଡ଼ ଝଟକା ଲାଗିଛି। ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ଦ୍ବାରା ହୋଇଥିବା ସମସ୍ତ ଶିକ୍ଷକ ନିଯୁକ୍ତିକୁ କଲିକତା ହାଇକୋର୍ଟ ରଦ୍ଦ କରିଛନ୍ତି। ହାଇକୋର୍ଟ ମଧ୍ୟ ୨୦୧୬ର ପୂରା ନିଯୁକ୍ତି ପ୍ୟାନେଲକୁ ରଦ୍ଦ କରିଛନ୍ତି । ପ୍ରାୟ ୨୪ ହଜାର ଶିକ୍ଷକ ନିଯୁକ୍ତି ରଦ୍ଦ କରିଛନ୍ତି ହାଇକୋର୍ଟ। ଶିକ୍ଷକ ନିଯୁକ୍ତିରେ ୧୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି।

ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଶାସକ ତୃଣମୂଳ କଂଗ୍ରେସର ବହୁ ନେତା ଓ ରାଜ୍ୟ ଶିକ୍ଷା ବିଭାଗର ଅନେକ ଅଧିକାରୀ ଗିରଫ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଇଡି ଏବଂ ସିବିଆଇ ଏହି ମାମଲାର ତଦନ୍ତ କରୁଛନ୍ତି।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ୨୦୧୪ରେ ହୋଇଥିଲା । ସେହିବର୍ଷ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଏସଏସସି) ତରଫରୁ ସରକାରୀ ସ୍କୁଲ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହି ନିଯୁକ୍ତି ପ୍ରକ୍ରିୟା ୨୦୧୬ରେ ଆରମ୍ଭ ହୋଇଥିଲା | ସେତେବେଳେ ପାର୍ଥ ଚାଟାର୍ଜୀ ଥିଲେ ରାଜ୍ୟର ଶିକ୍ଷା ମନ୍ତ୍ରୀ । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ କଲିକତା ହାଇକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଥିଲା। ମେରିଟ୍ ତାଲିକାରେ ନଥିବା ବହୁ ପ୍ରାର୍ଥୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

#Odia#Odisha#News
Share Article:

Related Articles