न्यूज़रूम ओडिशा
ब्रेकिंग
ओडिया समाचार

୪ କୁଇଣ୍ଟାଲ୍ ଗଞ୍ଜେଇ, ୫ ବନ୍ଧୁକ ଜବତ

ଫୁଲବାଣୀ: ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ପୋଲିସ ଯାଞ୍ଚ, ପଇଁତରାକୁ କଡ଼ାକଡ଼ି କରିଛି। କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ପୋଲିସ ବାହିନୀ ଆଇନଶୃଙ୍ଖଳା ରକ୍ଷା ସହ ବେଆଇନ କାରବାର ରୋକିବା ଉପରେ ଗୁରୁତ୍ୱ ଦେଉଛି। ବାଲିଗୁଡା ଥାନା ପୋଲିସ ଇର୍ପିଗୁଡା ଜଙ୍ଗଲରେ ଚଢ଼ାଉ କରି ୪୬୫୦ ଗ୍ରାମ୍ ଗଞ୍ଜେଇ ସାଙ୍ଗକୁ ୫ଟି ଦେଶୀ ବନ୍ଧୁକ ଜବତ କରିଛି। ବାଲିଗୁଡ଼ା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାହୁଲ ଗୋୟଲ, ଥାନାଧିକାରୀ ସୁଶାନ୍ତ କୁମାର ସାହୁ ଏହି [...]

Admin•22 अप्रैल 2024
Share Article:

ଫୁଲବାଣୀ: ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ପୋଲିସ ଯାଞ୍ଚ, ପଇଁତରାକୁ କଡ଼ାକଡ଼ି କରିଛି। କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ପୋଲିସ ବାହିନୀ ଆଇନଶୃଙ୍ଖଳା ରକ୍ଷା ସହ ବେଆଇନ କାରବାର ରୋକିବା ଉପରେ ଗୁରୁତ୍ୱ ଦେଉଛି। ବାଲିଗୁଡା ଥାନା ପୋଲିସ ଇର୍ପିଗୁଡା ଜଙ୍ଗଲରେ ଚଢ଼ାଉ କରି ୪୬୫୦ ଗ୍ରାମ୍ ଗଞ୍ଜେଇ ସାଙ୍ଗକୁ ୫ଟି ଦେଶୀ ବନ୍ଧୁକ ଜବତ କରିଛି। ବାଲିଗୁଡ଼ା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାହୁଲ ଗୋୟଲ, ଥାନାଧିକାରୀ ସୁଶାନ୍ତ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ପାଟ୍ରୋଲିଂ ବେଳେ ଜଙ୍ଗଲରେ ଗଞ୍ଜେଇ ଲୁଚାଇ ରଖାଯାଇଥିବା ସୂଚନା ପାଇ ପୋଲିସ ବାହିନୀ ଚଢ଼ାଉ କରିଥିଲା। ମାଫିଆମାନେ କୈ।ଣସିମତେ ଜଙ୍ଗଲରେ ଲୁଚି ଚମ୍ପଟ ମାରିଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି କହିଛିି ପୋଲିସ।

#Odia#Odisha#News
Share Article:

Related Articles