न्यूज़रूम ओडिशा
ब्रेकिंग
ओडिया समाचार

ପଦ୍ମଶ୍ରୀ ଉପାଧି ଗ୍ରହଣ କଲେ ଗୋପୀନାଥ ସ୍ବାଇଁ

ବ୍ରହ୍ମପୁର: ଶତାୟୁ କୃଷ୍ଣ ଲୀଳା ସାଧକ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋବିନ୍ଦପୁର ଗ୍ରାମର ଗୋପୀନାଥ ସ୍ବାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଚଳିତ ବର୍ଷର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନ କିଛି ଜଣଙ୍କୁ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଥିଲେ ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ବାଇଁ ଓ ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ ବିନୋଦ କୁମାର [...]

Admin•23 अप्रैल 2024
Share Article:

ବ୍ରହ୍ମପୁର: ଶତାୟୁ କୃଷ୍ଣ ଲୀଳା ସାଧକ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋବିନ୍ଦପୁର ଗ୍ରାମର ଗୋପୀନାଥ ସ୍ବାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଚଳିତ ବର୍ଷର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନ କିଛି ଜଣଙ୍କୁ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଥିଲେ ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ବାଇଁ ଓ ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ ବିନୋଦ କୁମାର ପଶାୟତ।

୧୦୬ ବର୍ଷୀୟ ଶ୍ରୀ ସ୍ବାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସଙ୍ଗୀତ ସାଧନା କରି ଚାଲିଥିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହି ବୟସରେ ମଧ୍ୟ ଗୋପୀନାଥ ସ୍ବାଇଁ ୧୨ ଘଣ୍ଟା କାଳ ସାମାନ୍ୟ ବିରତ ନେଇ କୃଷ୍ଣ ଲୀଳା ଅଭିନୟ ସାଙ୍ଗକୁ ଛନ୍ଦ, ରାଗ ରାଗିଣୀ ସହ ଗାଇପାରନ୍ତି। ପ୍ରାଚୀନ ରାଗ ଦେଶାକ୍ଷ, ତୋଡି ଭାଟିଆରୀ, କୁମ୍ଭ କାମୋଦି, କେଦାର କାମୋଦି, ପୁନ୍ନଗ ଆଦି ବାସ୍ତବ ଶାସ୍ତ୍ରୀୟ ସଙ୍ଗୀତ ସୁମଧୁର ସ୍ବରରେ ଗାଇପାରନ୍ତି। ମାତ୍ର ୭ ବର୍ଷ ବୟସରୁ କଳାକାର ଜୀବନଯାତ୍ରା ଆରମ୍ଭ କରିଥିବା ଶ୍ରୀ ସ୍ବାଇଁ ଲୋକକଳାର ଶୀର୍ଷ ସୋପାନରେ ପହଞ୍ଚି ପାରିଛନ୍ତି। ଦୁଇ ବର୍ଷ ପୂର୍ବେ ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ସେ ତାଙ୍କ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ ହୋଇଥିଲେ।

#Odia#Odisha#News
Share Article:

Related Articles