ଟି-୨୦ କ୍ରିକେଟରେ ସର୍ବୋଚ୍ଚ ରନ୍ ଚେଜ୍ ସହ ପଞ୍ଜାବ କିଙ୍ଗ୍ସର ବିଶ୍ବ ରେକର୍ଡ
କୋଲକାତା: ଜନି ବେୟାରଷ୍ଟୋଙ୍କ ବିସ୍ଫୋରକ ଶତକ ବଳରେ ପଞ୍ଜାବ କିଙ୍ଗ୍ସ ଟି-୨୦ କ୍ରିକେଟ୍ ଇତିହାସରେ ସର୍ବାଧିକ ବିଜୟ ଲକ୍ଷ୍ୟର ସଫଳ ପିଛା କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ହାଇସ୍କୋରିଂ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦେଇଥିବା ୨୬୨ ରନର ଟାର୍ଗେଟକୁ ମାତ୍ର ୨ ଓ୍ବିକେଟ୍ ହରାଇ ଓ ୮ଟି ବଲ୍ ବାକିଥାଇ ହାସଲ କରିଦେଇଥିଲା ପଞ୍ଜାବ କିଙ୍ଗ୍ସ। ଟି-୨୦ କ୍ରିକେଟ୍ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ରନ୍ [...]
କୋଲକାତା: ଜନି ବେୟାରଷ୍ଟୋଙ୍କ ବିସ୍ଫୋରକ ଶତକ ବଳରେ ପଞ୍ଜାବ କିଙ୍ଗ୍ସ ଟି-୨୦ କ୍ରିକେଟ୍ ଇତିହାସରେ ସର୍ବାଧିକ ବିଜୟ ଲକ୍ଷ୍ୟର ସଫଳ ପିଛା କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ହାଇସ୍କୋରିଂ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦେଇଥିବା ୨୬୨ ରନର ଟାର୍ଗେଟକୁ ମାତ୍ର ୨ ଓ୍ବିକେଟ୍ ହରାଇ ଓ ୮ଟି ବଲ୍ ବାକିଥାଇ ହାସଲ କରିଦେଇଥିଲା ପଞ୍ଜାବ କିଙ୍ଗ୍ସ। ଟି-୨୦ କ୍ରିକେଟ୍ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ରନ୍ ଚେଜ୍ । ଏହି କ୍ରମରେ ପଞ୍ଜାବ କିଙ୍ଗ୍ସ ଦକ୍ଷିଣ ଆଫ୍ରିକାର ରେକର୍ଡ ଭାଙ୍ଗିଛି। ଗତ ବର୍ଷ ମାର୍ଚ୍ଚରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୫୯ ରନର ଲକ୍ଷ୍ୟ ସଫଳତାର ସହ ଚେଜ୍ କରିଥିଲା ।
ଆଇପିଏଲରେ ସର୍ବାଧିକ ରନ୍ ଚେଜ୍ ରେକର୍ଡ ପୂର୍ବରୁ ରାଜସ୍ଥାନ ରୟାଲ୍ସ ନାଁରେ ଥିଲା । ଚଳିତ ସିଜନରେ ହିଁ ଇଡେନ୍ ଗାର୍ଡେନ୍ସରେ କେକେଆର୍ ବିପକ୍ଷରେ ରାଜସ୍ଥାନ ୨୨୪ ରନର ବିଜୟ ଲକ୍ଷ୍ୟ ସଫଳତାର ସହ ପିଛା କରି ୨୦୨୦ରେ ତତ୍କାଳୀନ କିଙ୍ଗସ୍ ଇଲେଭେନ୍ ପଞ୍ଜାବ (ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ) ବିପକ୍ଷରେ ନିଜ ରେକର୍ଡର ହିଁ ସମକକ୍ଷ ହୋଇଥିଲା ।
ଶୁକ୍ରବାର ଅନୁଷ୍ଠିତ ଆଇପିଏଲ୍ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ୬ ୱିକେଟ୍ ହରାଇ ୨୬୧ ରନ୍ ସଂଗ୍ରହ କରିଥିଲା । କିନ୍ତୁ ପଞ୍ଜାବ କିଙ୍ଗସ୍ ୮ଟି ବଲ୍ ବାକି ରହି ଏହି ବିଶାଳ ଟାର୍ଗେଟକୁ ହାସଲ କରିନେଇଥିଲା ।
୨୬୨ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବର ଓପନିଂ ଯୋଡି ଜନି ବେୟାରଷ୍ଟୋ ଏବଂ ପ୍ରଭସିମ୍ରନ ସିଂ ଧମାକାଦାର ଷ୍ଟାର୍ଟ କରି ପ୍ରଥମ ୱିକେରେ ମାତ୍ର ୬ ଓଭରରେ ୯୩ ରନ୍ ଯୋଡିଥିଲେ। ପ୍ରଭସିମ୍ରନ ସିଂ କେବଳ ୨୦ ବଲରେ ୪ ଚଉକା ଓ ୫ ଛକା ସହ ଧୂଆଁଧାର ୫୪ ରନ୍ କରିଥିଲେ। ତାଙ୍କୁ ସୁନୀଲ ନାରାୟଣ ଆଉଟ୍ କରିଥିଲେ। ଗୋଟିଏ ଚଉକା ଏବଂ ଦୁଇଟି ଛକା ସହାୟତାରେ ରାଇଲି ରୁସୋ ୧୬ଟି ବଲରେ ୨୬ ରନ୍ ସଂଗ୍ରହ କରିଥିଲେ। ହେଲେ ବେୟାରଷ୍ଟୋ ଓ ଶଶାଙ୍କ ସିଂହ ଛକା ବର୍ଷା କରି ଅସମ୍ଭବ ମନେ ହେଉଥିବା ଟାର୍ଗେଟକୁ ସମ୍ଭବ କରିଥିଲେ ।
ବେୟାରଷ୍ଟୋ ମାତ୍ର ୪୮ଟି ବଲରେ ୧୦୮ ରନର ଅପରାଜିତ ଇନିଂସ ଖେଳିଥିଲେ । ସେ ୮ଟି ଚୌକା ଓ ୯ ଛକା ମାରିଥିଲେ। ଶଶାଙ୍କ ସିଂ ମଧ୍ୟ ମାତ୍ର ୨୮ଟି ବଲରେ ଦୁଇଟି ଚୌକା ଓ ୮ ଛକା ସହାୟତାରେ ଅପରାଜିତ ୬୯ ରନ କରିଥିଲେ । ପଞ୍ଜାବ କିଙ୍ଗସ୍ ୧୮.୪ ଓଭରରେ ଦୁଇଟି ୱିକେଟ୍ ହରାଇ ୨୬୨ ରନ୍ କରି ୮ ୱିକେଟରେ ମ୍ୟାଚ୍ ଜିତିନେଇଥିଲା।
ଟ୍ରକ ଧକ୍କାରେ ୩ ବାଇକ୍ ଆରୋହୀ ମୃତ
Next Articleମଣିପୁର: ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ଆକ୍ରମଣ, ଦୁଇ ସିଆରପିଏଫ୍ ଯବାନ ସହିଦ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
