न्यूज़रूम ओडिशा
ब्रेकिंग
ओडिया समाचार

ବିଜେଡିରେ ଯୋଗଦେଲେ ସୋରଡ଼ା ବିଜେପି ଉପସଭାପତି

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବିଜେପି ଗୋଟିଏ ପଟେ ଅସନ୍ତୁଷ୍ଟ ଓ ବିଦ୍ରୋହୀ ନେତାଙ୍କୁ ନେଇ ଘାଣ୍ଟିଚକଟି ହେଉଛି ତ ଆରପଟେ ଜଣକ ପରେ ଜଣେ ନେତା ନିର୍ବାଚନ ପୂର୍ବରୁ ଦଳ ତ୍ୟାଗ କରିବା ପାର୍ଟି ପାଇଁ ଅଡ଼ୁଆ ବଢ଼ାଉଛି। ବିଜେପି ଦଳରେ ଅଣଦେଖା ଓ ପାର୍ଟିର ନୀତି ନିଷ୍ପତ୍ତିରେ ଅସନ୍ତୁଷ୍ଟ ନେତାଏ ଏବେ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣମୂଳକ ଯୋଜନା, ସ୍ବାଭିମାନୀ- ସଶକ୍ତ- ନବୀନ ଓଡ଼ିଶା ଗଠନର ସଂକଳ୍ପ ପ୍ରତି ଆକୃଷ୍ଟ ହେଉଛନ୍ତି। [...]

Admin•27 अप्रैल 2024
Share Article:

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବିଜେପି ଗୋଟିଏ ପଟେ ଅସନ୍ତୁଷ୍ଟ ଓ ବିଦ୍ରୋହୀ ନେତାଙ୍କୁ ନେଇ ଘାଣ୍ଟିଚକଟି ହେଉଛି ତ ଆରପଟେ ଜଣକ ପରେ ଜଣେ ନେତା ନିର୍ବାଚନ ପୂର୍ବରୁ ଦଳ ତ୍ୟାଗ କରିବା ପାର୍ଟି ପାଇଁ ଅଡ଼ୁଆ ବଢ଼ାଉଛି। ବିଜେପି ଦଳରେ ଅଣଦେଖା ଓ ପାର୍ଟିର ନୀତି ନିଷ୍ପତ୍ତିରେ ଅସନ୍ତୁଷ୍ଟ ନେତାଏ ଏବେ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣମୂଳକ ଯୋଜନା, ସ୍ବାଭିମାନୀ- ସଶକ୍ତ- ନବୀନ ଓଡ଼ିଶା ଗଠନର ସଂକଳ୍ପ ପ୍ରତି ଆକୃଷ୍ଟ ହେଉଛନ୍ତି। ସେହି କ୍ରମରେ ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ଉପସଭାପତି ସନ୍ତୋଷ କୁମାର ଦାସ ନିଜର ଶତାଧିକ ଅନୁଗାମୀ ଓ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ଭୁବନେଶ୍ଵର ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର, ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସୋରଡ଼ା ବିଧାୟିକା ପ୍ରାର୍ଥିନୀ ସଂଘମିତ୍ରା ସ୍ବାଇଁ, ବର୍ତ୍ତମାନର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଉପସ୍ଥିତିରେ ସନ୍ତୋଷ ବିଜେଡି ସାମିଲ ହୋଇଛନ୍ତି। ସନ୍ତୋଷ ଓ ତାଙ୍କର ସମର୍ଥକମାନଙ୍କୁ ଉପଢୌକନ ଦେଇ ବିଜେଡିକୁ ବିଧିବଦ୍ଧ ଭାବେ ସ୍ବାଗତ ଜଣାଇଥିଲେ। ଏହାଦ୍ବାରା ଗଞ୍ଜାମ ଜିଲ୍ଲା ବିଶେଷ କରି ସୋରଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ଶକ୍ତିରେ ବେଶ୍‌ ବୃଦ୍ଧି ପାଇଛି ବୋଲି ଦଳୀୟ ନେତୃବୃନ୍ଦ ଆଶାବ୍ୟକ୍ତ କରିଛନ୍ତି।

ସନ୍ତୋଷ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ଜନ କଲ୍ୟାଣକାରୀ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଛି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ଵ ଦେବେ ତାକୁ ସୂଚାରୁ ରୂପେ ତୁଲାବି।

#Odia#Odisha#News
Share Article:

Related Articles