न्यूज़रूम ओडिशा
ब्रेकिंग
ओडिया समाचार

ଅସହ୍ୟ ତାତିରୁ ନିସ୍ତାର ନାହିଁ: ଆଜି ବି ଭୁବନେଶ୍ୱର ଓ କଟକକୁ ରେଡ୍ ଆଲର୍ଟ

ଭୁବନେଶ୍ୱର – ସମଗ୍ର ଓଡ଼ିଶା ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବେଳେ ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଣେ ଟୁଇନ ସିଟି ଭୁବନେଶ୍ୱର ଓ କଟକ ପାଇଁ ଆଜି ପୁଣି ରେଡ୍ ଆଲର୍ଟ ଜାରି କରାଯାଇଛି। ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଲଗାତର ଦ୍ୱିତୀୟ ଦିନ ଲାଗି ଦୁଇ ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଗତକାଲି ଭୁବନେଶ୍ବରର ତାପମାତ୍ରା ୪୪ ଦଶମିକ [...]

Admin•28 अप्रैल 2024
Share Article:

ଭୁବନେଶ୍ୱର – ସମଗ୍ର ଓଡ଼ିଶା ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବେଳେ ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଣେ ଟୁଇନ ସିଟି ଭୁବନେଶ୍ୱର ଓ କଟକ ପାଇଁ ଆଜି ପୁଣି ରେଡ୍ ଆଲର୍ଟ ଜାରି କରାଯାଇଛି। ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଲଗାତର ଦ୍ୱିତୀୟ ଦିନ ଲାଗି ଦୁଇ ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଗତକାଲି ଭୁବନେଶ୍ବରର ତାପମାତ୍ରା ୪୪ ଦଶମିକ ୬ ଡିଗ୍ରୀ ସେଲସିୟସ ଥିଲା । ଅନୁଗୁଳ ପରେ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର। କଟକରେ ଗତକାଲି ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ଥିଲା ।

#Odia#Odisha#News
Share Article:

Related Articles