न्यूज़रूम ओडिशा
ब्रेकिंग
ओडिया समाचार

ଲୋକସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତିଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍

ବେଙ୍ଗାଲୁରୁ: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ତଥା ଜେଡି(ଏସ୍) ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ଅନେକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଅନେକ ଯୁବତୀଙ୍କ ସହିତ ଦେଖିବାକୁ ମିଳୁଥିବା ବ୍ୟକ୍ତି ପ୍ରଜ୍ଜ୍ବଳ ବୋଲି ଦାବି କରାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଛନ୍ତି। ଜଣେ ଏଡିଜିପି ର଼୍ୟାଙ୍କର ଅଧିକାରୀଙ୍କ ନେତୃତ୍ୱରେ ଏହି [...]

Admin•28 अप्रैल 2024
Share Article:

ବେଙ୍ଗାଲୁରୁ: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ତଥା ଜେଡି(ଏସ୍) ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ଅନେକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଅନେକ ଯୁବତୀଙ୍କ ସହିତ ଦେଖିବାକୁ ମିଳୁଥିବା ବ୍ୟକ୍ତି ପ୍ରଜ୍ଜ୍ବଳ ବୋଲି ଦାବି କରାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଛନ୍ତି। ଜଣେ ଏଡିଜିପି ର଼୍ୟାଙ୍କର ଅଧିକାରୀଙ୍କ ନେତୃତ୍ୱରେ ଏହି ଟିମ୍ ଏହାର ତଦନ୍ତ କରିବ।

ଅଶ୍ଲୀଳ ଭିଡ଼ିଓ ମାମଲାରେ ରାଜ୍ୟ ସରକାର ଏସଆଇଟି ଗଠନ କରିଥିବା ବେଳେ ପ୍ରଜ୍ଜ୍ବଳ ରେଭାନ୍ନା ଦେଶ ଛାଡ଼ି ପଳାଇଥିବା ଜଣାପଡିଛି । ପ୍ରଜ୍ଜ୍ବଳଙ୍କ ଭାଇରାଲ କ୍ଲିପ୍ ଗୁଡ଼ିକରେ ଯୁବତୀ ମାନଙ୍କୁ ଯୌନ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାର ତଦନ୍ତ ପାଇଁ ସିଦ୍ଧରମୈୟା ସରକାର ଗଠନ କରିଥିବା ‘ଏସ୍ଆଇଟି’ର ନେତୃତ୍ୱ ଜଣେ ଏଡିଜିପି ର଼୍ୟାଙ୍କର ଅଧିକାରୀ ନେବେ । ଏହି ଟିମରେ ଜଣେ ମହିଳା ଏସପିଙ୍କ ସମେତ ୩ ଏସପି ର଼୍ୟାଙ୍କ୍ ଅଧିକାରୀ ରହିବେ |

ପ୍ରଜ୍ଜ୍ବଳ ରେଭାନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ଏବଂ କର୍ଣ୍ଣାଟକର‌ ପୂର୍ବତନ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ପୁଅ ଅଟନ୍ତି। ସେ ହାସନ ଲୋକସଭା ଆସନରୁ ସାଂସଦ ଅଛନ୍ତି । ଏଥର ମଧ୍ୟ ଜେଡିଏସ୍ ଦଳ ତାଙ୍କୁ ହାସନ ଲୋକସଭା ଆସନରୁ ଟିକେଟ୍ ଦେଇଛି।

ସୂଚନାଯୋଗ୍ୟ ଯେ, ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ଭିଡ଼ିଓ ନେଇ ମହିଳା କମିଶନ ରାଜ୍ୟ ସରକାରଙ୍କୁ ଚିଠି ଲେଖି ତଦନ୍ତ ଦାବି କରିଥିଲେ । ମହିଳା କମିଶନ ଚିଠି ଆଧାରରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିଛନ୍ତି ।

#Odia#Odisha#News
Share Article:

Related Articles