न्यूज़रूम ओडिशा
ब्रेकिंग
ओडिया समाचार

ସାଢେ ୨ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଉପରେ

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଉପରେ ହିଁ ରହୁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସାଢେ ୨ଟା ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା କେନ୍ଦୁଝରରେ ରେକର୍ଡ କରାଯାଇଛି। ୪୩ ଡିଗ୍ରୀ ସେଲସିୟସ ସହ କେନ୍ଦୁଝର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନ୍ୟ ସହର ମଧ୍ୟରେ ଝାରସୁଗୁଡାରେ ୪୨.୮, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮ , ରାଉରକେଲାରେ ୪୧.୮, ବାଲେଶ୍ୱରରେ ୪୧.୪, [...]

Admin•29 अप्रैल 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଉପରେ ହିଁ ରହୁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସାଢେ ୨ଟା ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା କେନ୍ଦୁଝରରେ ରେକର୍ଡ କରାଯାଇଛି। ୪୩ ଡିଗ୍ରୀ ସେଲସିୟସ ସହ କେନ୍ଦୁଝର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନ୍ୟ ସହର ମଧ୍ୟରେ ଝାରସୁଗୁଡାରେ ୪୨.୮, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮ , ରାଉରକେଲାରେ ୪୧.୮, ବାଲେଶ୍ୱରରେ ୪୧.୪, ଭୁବନେଶ୍ୱରରେ ୪୧.୩ , ଚାନ୍ଦବାଲିରେ ୪୦.୭,ପୁରୀରେ ୩୪.୬,ଗୋପାଳପୁରରେ ୩୩.୨ ଓ ପାରାଦୀପରେ ୩୩.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ପ୍ରଚଣ୍ଡ ଖରା ଯୋଗୁଁ ଅଧିକାଂଶ ସ୍ଥାନରେ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଆଜି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାପବନ ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ କୋରାପୁଟ, ରାୟଗଡ଼ା,ଗଜପତି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ପବନ ହୋଇଥିବା ସୂଚନା ମିଳିଛି।

#Odia#Odisha#News
Share Article:

Related Articles