ମୋହନା ଓ ଚିକିଟିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : ଦଳୀୟ ପ୍ରାର୍ଥୀଙ୍କୁ ରେକର୍ଡ ବ୍ୟବଧାନରେ ଜିତାଇବାକୁ ଆହ୍ୱାନ
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଆଜି ସେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧୀନସ୍ଥ ମୋହନା ଓ ଚିକିଟି ବିଧାନସଭା ଅଞ୍ଚଳ ଗସ୍ତ କରି ଦଳୀୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ଜିତାଇବାକୁ ଆହ୍ବାନ [...]
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଆଜି ସେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧୀନସ୍ଥ ମୋହନା ଓ ଚିକିଟି ବିଧାନସଭା ଅଞ୍ଚଳ ଗସ୍ତ କରି ଦଳୀୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି। ୯୫ ପ୍ରତିଶତ ଭୋଟ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିପୁଳ ବିଜୟ ହାସଲ କରିବାକୁ ନିବେଦନ କରିଛନ୍ତି।
ଆଜି ମଧ୍ୟ ପାଣ୍ଡିଆନ ବିରୋଧୀ ଦଳଙ୍କ ପ୍ରତି ଶାଣିତ ନିଶାଣ କରି କହିଥିଲେ ଯେ ଜେଲ୍ ଯାଇ ବେଲ୍ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ । ଅପରାଧୀ ମାନଙ୍କ ପାଇଁ ସବୁଠାରୁ ଭଲ ସ୍ଥାନ ହେଉଛି ଜେଲ୍। କିନ୍ତୁ ବିରୋଧୀ ତାଙ୍କୁ ପ୍ରାର୍ଥୀ କରୁଛନ୍ତି। ଆମେ ତାଙ୍କୁ ତାଙ୍କର ଉଚିତ ସ୍ଥାନ ଦେଖାଇବା ବୋଲି ପାଣ୍ଡିଆନ କହିଥିଲେ । ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି । କିନ୍ତୁ କାମ ବେଳକୁ ତାଙ୍କର ଦେଖା ନ ଥାଏ। ଖୋଜିଲେ ବି ପାଇବେନି । ଏଭଳି ଲୋକଙ୍କଠାରୁ ଦୂରରେ ରହିବାକୁ ଆହ୍ୱାନ ଦେଇଥିଲେ ପାଣ୍ଡିଆନ୍ ।
ବିରୋଧୀ ବାରମ୍ବାର ଡବଲ ଇଞ୍ଜିନ କଥା କହୁଛନ୍ତି। କିନ୍ତୁ ଗରିବ ଲୋକଙ୍କୁ ଭତ୍ତା ଦେଲା ବେଳକୁ ଦେଉଛନ୍ତି ମାତ୍ର ୩୦୦ ଟଙ୍କା। ଓଡିଶାରେ ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା।
ଚିକିଟିରେ ଦଳର ବରିଷ୍ଠ ନେତ୍ରୀ ଉଷା ଦେବୀଙ୍କୁ ସମ୍ମାନ ଜଣାଇ ସେ କହିଥିଲେ ଯେ ତାଙ୍କ ସହିତ ଗଭୀର ସଂପର୍କ ରହିଛି। ୧୫-୧୬ ବର୍ଷ ହେଲାଣି ସେ ତାଙ୍କୁ ଜାଣିଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ଉଷା ଦେବୀ ତାଙ୍କୁ ପୁଅ ବୋଲି ସମ୍ବୋଧନ କରନ୍ତି। ତାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି ବୋଲି ସେ କହିଥିଲେ ।
ଦଳୀୟ କର୍ମୀମାନଙ୍କୁ ସତର୍କ କରି ପାଣ୍ଡିଆନ କହିଥିଲେ ଯେ ଆପଣମାନେ ସଜାଗ ରୁହନ୍ତୁ। ବିରୋଧୀ ପ୍ରାର୍ଥୀମାନେ ଆସୁଛନ୍ତି ଆଉ ଲୋକଙ୍କୁ ମିଛ କହି ଠକୁଛନ୍ତି, ତେଣୁ ଆପଣମାନେ ସତର୍କ ରୁହନ୍ତୁ।
ଐତିହ୍ୟ ସ୍ଥଳ ରୂପାନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁ ସମାଜକୁ ଭଲ ପାଆନ୍ତି, ଆପଣଙ୍କ ବ୍ୟକ୍ତିଗତ ଧାର୍ମିକ ବିଶ୍ବାସକୁ ସମ୍ମାନ ଦିଅନ୍ତି। ତେଣୁ ମଠ ମନ୍ଦିର ଚର୍ଚ୍ଚ ମସଜିଦ୍ ଗୁରୁଦ୍ବାର – ସବୁ ପୂଜାସ୍ଥଳୀର ଉନ୍ନତି ପାଇଁ ସେ କାମ କରିଛନ୍ତି।
ମା’ ମାନଙ୍କୁ ମୁଖ୍ୟମନ୍ତ୍ରୀ ସବୁବେଳେ ସର୍ବାଧିକ ଗୁରୁତ୍ବ ଦେଇଥାନ୍ତି। ସେମାନଙ୍କ ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ, ମମତା, ବିନା ସୁଧରେ ଋଣ, ମା ମାନଙ୍କୁ ଦୁବାଇ ଗସ୍ତରେ ପଠାଇବା ଆଦି ଅନେକ କାମ କରିଛନ୍ତି। ସମାଜରେ ମା’ ମାନଙ୍କୁ ନୂଆ ପରିଚୟ ଦେଇଛନ୍ତି।
ଘରର ମୁଖିଆ ଭାବରେ ମୁଖ୍ୟମନ୍ତ୍ରୀ ଗରିବଙ୍କୁ ସାହସ ଦେଇଛନ୍ତି, ସେମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି। ଗରିବ ଲୋକର ଚିକିତ୍ସା ଚିନ୍ତା ଦୂର କରିଛନ୍ତି। ସେମାନେ ଆଜି ବଡ ବଡ ବେସରକାରୀ ହସ୍ପିଟାଲରେ ବିନା ଚିନ୍ତାରେ ଚିକିତ୍ସା ପାଉଛନ୍ତି।
ପିଲାଙ୍କ ଭବିଷ୍ୟତ ପାଇଁ ସେ ହାଇସ୍କୁଲ ରୂପାନ୍ତର କରିଛନ୍ତି। ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର ହୋଇଛି। ଜନଜାତି ପିଲାଙ୍କ ପାଇଁ ହଷ୍ଟେଲ, ଅନ୍ବେଷା ଭଳି କାର୍ଯ୍ୟକ୍ରମ କରିଛନ୍ତି।
ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକମାତ୍ର ନେତା ଯିଏ ଆମକୁ ଲୋକଙ୍କ ପାଇଁ କଣ କାମ କରିଛ, ତାର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି ବୋଲି କହି ପାଣ୍ଡିଆନ ବିକାଶ କାମର ପୁରା ହିସାବ ଦେଇଥିଲେ । ମୋହନାରେ ୧୮୦ କୋଟି ଟଙ୍କାର କାମ ଚାଲିଛି। ଲିଙ୍ଗଧାରା ମନ୍ଦିର ପାରିପାର୍ଶିକ ବିକାଶ ପାଇଁ ୧.୫୦ କୋଟି ଟଙ୍କା, ଛେଳିଗଡ ଶିବ ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କା, ଆତିଲିମା କାଥୋଲିକ ଚର୍ଚ୍ଚ ପାଇଁ ୨୦ ଲକ୍ଷ ଟଙ୍କା, ଗଜପତି ଖ୍ରୀଷ୍ଟିଆନ ଆସୋସିଏସନ ମିଟିଂ ହଲ୍ ପାଇଁ ୨୦ ଲକ୍ଷ ଟଙ୍କା, କରୋଡାସିଂ ଠାରେ ମହେନ୍ଦ୍ରତନୟା ନଦୀ ଉପରେ ହାଇଲେଭଲ ସେତୁ ପାଇଁ ୧୯ କୋଟି ଟଙ୍କା, ସାଇଧିବା ଓ ନିଶଙ୍କପୁର ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୫.୭୦ କୋଟି ଟଙ୍କା, ଡମ୍ବାଲା ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୫ କୋଟି ଟଙ୍କା, ରୁଇସିଙ୍ଗା ନାଳ ଉପରେ ସେତୁ ପାଇଁ ୪.୮୦ କୋଟି ଟଙ୍କା, ମୁରାଇସାହି ନାଳ ଉପରେ ସେତୁ ପାଇଁ ୪.୫୦ କୋଟି ଟଙ୍କା, ଲାଇବା-ଅଟାଇସିଂ ରାସ୍ତା ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୪ କୋଟି ଟଙ୍କା, ବୋରିଅଲ-କନିମୁଣ୍ଡା ରାସ୍ତା ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୪ କୋଟି ଟଙ୍କା, ପେଲାର ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୪ କୋଟି ଟଙ୍କା, ବାଉଁଶ ଗାଁ ନାଳ ଉପରେ ସେତୁ ପାଇଁ ୩.୩୦ କୋଟି ଟଙ୍କା, ମୋହନାରେ ୪ଟି ସ୍ବତନ୍ତ୍ର ଜନଜାତି ହଷ୍ଟେଲ ପାଇଁ ଅନୁମୋଦନ, ଅନ୍ତରବା ହାଇସ୍କୁଲକୁ ହାଇରସେକେଣ୍ଡାରୀ ସ୍କୁଲକୁ ଉନ୍ନୀତ ଏବଂ ଅନୁଗୁରୁ ଠାରେ ୨୪୦ ସିଟ୍ ବିଶିଷ୍ଟ ଏକ ଜନଜାତି ହଷ୍ଟେଲ କାମ ଚାଲିଛି ବୋଲି ପାଣ୍ଡିଆନ ପ୍ରକାଶ କରିଥିଲେ। ସେହିପରି ଚିକିଟିରେ ୪୫ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ । ଏଥିସହିତ ଭୈରବୀ ଚଞ୍ଚଡା ମନ୍ଦିର ପାଇଁ ୧ କୋଟି ୯୫ ଲକ୍ଷ ଟଙ୍କା, ବାଳକୁମାରୀ ମନ୍ଦିର ପାଇଁ ୧ କୋଟି ୯୦ ଲକ୍ଷ, ରାମାୟାପାଟଣା ଠାରେ ତଟ ସୁରକ୍ଷା ପାଇଁ ୨୩ କୋଟି ଟଙ୍କା, ପାତ୍ରପୁର ଓ ଚିକିଟି ବ୍ଲକ୍କୁ ବାଘଲଟି ଡ୍ୟାମ୍ରୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପାଇଁ ୪୦୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ । ବିଏସକେୱ।ଇରେ ଚିକିଟି ଅଞ୍ଚଳର ୬୧ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି ଏବଂ ଚିକିଟିର କେ. ଚିନାମା ଏବଂ ପାତ୍ରପୁର ଅଞ୍ଚଳର ତପସ୍ବିନୀ ପଣ୍ଡା ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ଲେଖାଏ ପାଇ ଚିକିତ୍ସିତ ହୋଇଛନ୍ତି ବୋଲି ସେ କହିଥିଲେ।
ବିଶ୍ଵର ଉତ୍ତପ୍ତ ସହର ତାଲିକାରେ ବାରିପଦା ଦ୍ୱିତୀୟ ଓ ବାଲେଶ୍ଵର ତୃତୀୟ
Next ArticleKartik Pandian on Campaign Trail in Chikiti, Mohana; Calls upon Landslide Victory for BJD Candidates
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
