ଉତ୍କଳରେ ରାମ ଉପାସନା
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଉତ୍କଳୀୟଙ୍କ ଧର୍ମଧାରଣାରେ ଏକ ପ୍ରମୁଖ ସ୍ଥାନର ଅଧିକାରୀ l ଉତ୍କଳର ବିଭିନ୍ନ ସ୍ଥାନରେ ବହୁ ପୁରାତନ ରଘୁନାଥଜୀଉ ମନ୍ଦିରମାନ ପ୍ରତିଷ୍ଠିତ ହୋଇ ଉତ୍କଳୀୟଙ୍କ ରାମଭକ୍ତିର ପରାକାଷ୍ଠା ପ୍ରତିପାଦନ କରୁଛି l କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉତ୍ସବ ବିଗ୍ରହଙ୍କ ବିଜେ ଆସ୍ଥାନ ଦକ୍ଷିଣ ଘରେ ବିରାଜିତ କମନୀୟ କୋଦଣ୍ଡଧାରୀ ଅଷ୍ଟଧାତୁ ରାମବିଗ୍ରହ ଅନନ୍ୟ l ଓଡ଼ିଶାର ପ୍ରସିଦ୍ଧ ରାମଉପାସନାର କ୍ଷେତ୍ର ରୂପେ ନୟାଗଡ଼ ଓଡ଼ଗାଁ ବିଜେ ଶ୍ରୀରଘୁନାଥଜୀଉ ସର୍ବଜନବିଦିତ l ଏଠାରେ [...]
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଉତ୍କଳୀୟଙ୍କ ଧର୍ମଧାରଣାରେ ଏକ ପ୍ରମୁଖ ସ୍ଥାନର ଅଧିକାରୀ l ଉତ୍କଳର ବିଭିନ୍ନ ସ୍ଥାନରେ ବହୁ ପୁରାତନ ରଘୁନାଥଜୀଉ ମନ୍ଦିରମାନ ପ୍ରତିଷ୍ଠିତ ହୋଇ ଉତ୍କଳୀୟଙ୍କ ରାମଭକ୍ତିର ପରାକାଷ୍ଠା ପ୍ରତିପାଦନ କରୁଛି l
କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉତ୍ସବ ବିଗ୍ରହଙ୍କ ବିଜେ ଆସ୍ଥାନ ଦକ୍ଷିଣ ଘରେ ବିରାଜିତ କମନୀୟ କୋଦଣ୍ଡଧାରୀ ଅଷ୍ଟଧାତୁ ରାମବିଗ୍ରହ ଅନନ୍ୟ l
ଓଡ଼ିଶାର ପ୍ରସିଦ୍ଧ ରାମଉପାସନାର କ୍ଷେତ୍ର ରୂପେ ନୟାଗଡ଼ ଓଡ଼ଗାଁ ବିଜେ ଶ୍ରୀରଘୁନାଥଜୀଉ ସର୍ବଜନବିଦିତ l ଏଠାରେ ନିମ୍ବ କାଠରେ ନିର୍ମିତ ରଘୁନାଥ, ସୌମିତ୍ରୀ, ମାଆ ଜାନକୀଙ୍କ ସୋମ୍ୟ ବିଗ୍ରହ ବିଗତ ପାଞ୍ଚସହ ବର୍ଷ ଧରି ପୂଜିତ ହୋଇ ଆସୁଛନ୍ତି l ଏଠାରେ ଶ୍ରୀଜୀଉ ତ୍ରେତୟାକାଳୀନ ବନବାସୀ ସ୍ୱରୂପରେ ପୂଜିତ l
ନୟାଗଡ଼ ଦଶପଲ୍ଲାରେ ପୂଜିତ ତ୍ରିଭଙ୍ଗୀ ଠାଣିରେ ରଘୁନାଥ ବିଗ୍ରହ ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର l ଏପରି ବିଗ୍ରହ ବିରଳ l କଳାମୁଗୁନି ପ୍ରସ୍ତରରେ ଏହି ବିଗ୍ରହ ନିର୍ମିତ l
କଟକ ତେଲେଙ୍ଗାବଜାରରେ ଥିବା ମରହଟ୍ଟା କାଳୀନ ରଘୁନାଥଜୀଉ ମନ୍ଦିରରେ ପୂଜିତ ଭଦ୍ରାଚଳ ଶୈଳୀରେ ରଘୁନାଥ ଜୀଉ ଓଡ଼ିଆର ଅନ୍ୟତମ ପ୍ରମୁଖ ରଘୁନାଥ ବିଗ୍ରହ l ଏହି ବିଗ୍ରହ କଳାମୁଗୁନି ପ୍ରସ୍ତରରେ ନିର୍ମିତ l
କଟକ ଜିଲ୍ଲା ଅନ୍ତର୍ଗତ ଅସୁରେଶ୍ୱର ରଘୁନାଥ ଜୀଉ, ବଡ଼ମ୍ବା ଗଡ଼ ରାଜବାଟିରେ ପୂଜିତ ରଘୁନାଥ ଜୀଉ ଓଡ଼ିଶାରେ ରାମ ଉପାସନାର ଧାରାକୁ ଚରିତାର୍ଥ କରନ୍ତି l ଓଡ଼ିଶାର ଅନେକ ସ୍ଥାନରେ ପ୍ରାଚୀନ ଓ ନୂତନ ରାମମନ୍ଦିରମାନ ପ୍ରତିଷ୍ଠିତ l
ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
Next Articleମତଦାନ ବେଳେ ଭୋଟର ଓ ପୋଲିଂ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର ବିଶେଷ ପଦକ୍ଷେପ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
