न्यूज़रूम ओडिशा
ब्रेकिंग
ओडिया समाचार

ଖଲ୍ଲିକୋଟ ପ୍ରାକ୍ ନିର୍ବାଚନୀ ହିଂସା: ୮ ଗିରଫ, ୧୪୪ ଧାରା ଜାରି

ବ୍ରହ୍ମପୁର – ଖଲ୍ଲିକୋଟ ଅଞ୍ଚଳରେ ନିର୍ବାଚନୀ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ଯୋଗୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏଣେ ପୋଲିସ ଆଉ କୈାଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ତତ୍ପରତା ପ୍ରକାଶ କରିଛି । ହିଂସା ଘଟଣାରେ ସଂପୃକ୍ତ ଅଭିଯୋଗରେ ଏ ଯାଏଁ ୮ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ସେ [...]

Admin•16 मई 2024
Share Article:

ବ୍ରହ୍ମପୁର – ଖଲ୍ଲିକୋଟ ଅଞ୍ଚଳରେ ନିର୍ବାଚନୀ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ଯୋଗୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏଣେ ପୋଲିସ ଆଉ କୈାଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ତତ୍ପରତା ପ୍ରକାଶ କରିଛି । ହିଂସା ଘଟଣାରେ ସଂପୃକ୍ତ ଅଭିଯୋଗରେ ଏ ଯାଏଁ ୮ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ସେ କହିଛନ୍ତି। ଖଲ୍ଲିକୋଟ ଥାନାରେ ହତ୍ୟାକାଣ୍ଡ ନେଇ ଏତଲା ଦାୟର ପୂର୍ବରୁ ହିଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା ବୋଲି ଗଞ୍ଜାମ ଏସପି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଣେ ଘଟଣାକୁ ନେଇ ଥାନା ଆଗରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲା ପରେ ୧୪୪ ଧାରା ଜାରି କରାଯାଇଛି। ଖଲ୍ଲିକୋଟ ଥାନାଠାରୁ ୧୦୦ ମିଟର ପରିଧି ମଧ୍ୟରେ କଟକଣା ଜାରି କରାଯାଇଛି।

#Odia#Odisha#News
Share Article:

Related Articles