न्यूज़रूम ओडिशा
ब्रेकिंग
ओडिया समाचार

କୃଷ୍ଣପ୍ରସାଦରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : ବିକାଶ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ

ଭୁବନେଶ୍ୱର – ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନିର୍ବାଚନ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସ୍ଥାନୀୟ ମାଲୁଦ ମେଳଣ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ଲୋଡିଛନ୍ତି। ବିକାଶ ପ୍ରସଙ୍ଗରେ ବିରୋଧୀ ଦଳର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ କହିଥିଲେ, ୨୦୧୪ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼଼କରୀ ଓଡ଼ିଶା ଆସି ଚିଲିକା ଉପରେ ସେତୁ ନିର୍ମାଣ କରାଯିବ ବୋଲି କହିଥିଲେ। ହେଲେ ଏଯାଏ [...]

Admin•18 मई 2024
Share Article:

ଭୁବନେଶ୍ୱର – ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନିର୍ବାଚନ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସ୍ଥାନୀୟ ମାଲୁଦ ମେଳଣ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ଲୋଡିଛନ୍ତି। ବିକାଶ ପ୍ରସଙ୍ଗରେ ବିରୋଧୀ ଦଳର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ କହିଥିଲେ, ୨୦୧୪ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼଼କରୀ ଓଡ଼ିଶା ଆସି ଚିଲିକା ଉପରେ ସେତୁ ନିର୍ମାଣ କରାଯିବ ବୋଲି କହିଥିଲେ। ହେଲେ ଏଯାଏ କରିପାରିଲେ ନାହିଁ। ବ୍ରହ୍ମଗିରିବାସୀଙ୍କୁ ବିଜେପି କେବଳ ଭୁଆଁ ବୁଲାଉଛି । ଚିଲିକା ଉପରେ କେବଳ ନବୀନ ହିଁ ସେତୁ ନିର୍ମାଣ କରିପାରିବେ । ନବୀନ ପଟ୍ଟନାୟକ ମହାନଦୀ, ବୈତରଣୀ ନଦୀ ସମେତ ଗୁରୁପ୍ରିୟା ନଦୀରେ ସେତୁ ତିଆରି କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ।

ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ। ଶପଥ ନେବା ପରେ ପ୍ରଥମେ ସେ ବିଜୁଳି ବିଲ୍‌ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଘୋଷଣା ଏବଂ ମିଶନଶକ୍ତି ମା’ମାନଙ୍କୁ ପେନସନ ପ୍ରଦାନ ନେଇ କରିଥିବା ଘୋଷଣା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଥିଲେ। ତେଣୁ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।

#Odia#Odisha#News
Share Article:

Related Articles